Breaking News: ଭୁବନେଶ୍ବର ବନ୍ଦ ଡାକରାକୁ ପ୍ରତ୍ୟାହାର କଲା ବିଜେଡି

Odisha Hot News
1 Min Read

ଭୁବନେଶ୍ବର: ଆସନ୍ତାକାଲି ହେବାକୁ ଥିବା ଭୁବନେଶ୍ବର ବନ୍ଦ ଡାକରାକୁ ବିଜେଡି ପ୍ରତ୍ୟାହାର କରି ନେଇଛି। ଆଜି ଶଙ୍ଖଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରାଯାଇଛି। ଭରତପୁର ଥାନାରେ ନିର୍ଯ୍ୟାତନା ଘଟଣା ନେଇ ବିଜେଡି ମଙ୍ଗଳବାର ଦିନ ଛଅ ଘଣ୍ଟିଆ ଭୁବନେଶ୍ବର ବନ୍ଦ ଡାକରା ଦେଇଥିଲା।

ଏ ନେଇ ବିଜେଡି ତରଫରୁ କୁହାଯାଇଛି ଯେ, ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ଏହି ଘଟଣାରୁ ବିଚାର ବିଭାଗୀୟ ତଦନ୍ତ ପାଇଁ ଦାବୀ କରିଥିଲେ। ଗତକାଲି ରାତିରେ ରାଜ୍ୟ ସରକାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ସେଥିପାଇଁ ଏହି ବନ୍ଦ ଡାକରା ସ୍ଥଗିତ ରଖାଗଲା ବୋଲି ବିଜେଡି କହିଛି।

Share This Article