ଆସନ୍ତାକାଲି ଭୁବନେଶ୍ବର ବନ୍ଦ, ଭରତପୁର ଥାନା ଘଟଣାରେ ବିଜେଡି କରିବ ଏହି ବନ୍ଦ

Odisha Hot News
1 Min Read

ଭୁବନେଶ୍ବର: ଭୁବନେଶ୍ବର ବନ୍ଦ ଡାକରା ଦେଇଛି ବିଜେଡି। ଗତକାଲି ଶଙ୍ଖ ଭବନରେ ଦଳ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ଘୋଷଣା କରାଯାଇଛି। ଏଥିରେ ଦଳର ବରିଷ୍ଠ ନେତା ଦେବୀ ମିଶ୍ର ଭୁବନେଶ୍ବର ବନ୍ଦ କରାଯିବ ବୋଲି କହିଛନ୍ତି। ସେଦିନ ବିଜେଡିର ଭୁବନେଶ୍ବର କର୍ମିମାନେ ଏହି ବନ୍ଦ ଡାକରାରେ ସାମିଲ ହେବେ।

ମୁଖ୍ୟତଃ ଭୁବନେଶ୍ବର ଭରତପୁର ଥାନାରେ ଯେପରି ନିର୍ଯ୍ୟାତନା ଘଟଣା ଘଟିଲା ତାହାର ପ୍ରତିବାଦରେ ଦଳ ଏହି ବନ୍ଦ ଡାକରା ଦେଇଛି। ସେଥିପାଇଁ ଦଳ ଆସନ୍ତାକାଲି ମଙ୍ଗଳବାର ଦିନ ଏହି ବନ୍ଦ ପାଳନ କରିବ। ସେଦିନ ଦଳ ସକାଳ 6 ଟାରୁ ଦିନ 12 ଟା ପର୍ଯ୍ୟନ୍ତ ଏହି ବନ୍ଦ ଡକରା କରିବ ବୋଲି ଦଳ ଘୋଷଣା କରିଛି।

Share This Article