ବିଜୁ ଜନତା ଦଳ ଅନୁସୂଚିତ ଜାତି ସେଲର ବୈଠକରେ କଣ କହିଲେ ନବୀନ ପଟ୍ଟନାୟକ

Odisha Hot News
1 Min Read

ଭୁବନେଶ୍ବର: ବିଜୁ ଜନତା ଦଳ ଅନୁସୂଚିତ ଜାତି ସେଲ ର ବୈଠକ ଆଜି ଶଙ୍ଖ ଭବନ ରେ ବିଜେଡି ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇ ଯାଇଛି।ଏହି ଅବସରରେ ଉଦବୋଧନ ଦେଇ ଶ୍ରୀ ପଟ୍ଟନାୟକ ଅନୁସୂଚିତ ଜାତି ଲୋକଙ୍କ କଲ୍ୟାଣ ପାଇଁ ବିଜେଡିର ପ୍ରତିଶୃତି ଦୋହରାଇଥିଲେ।

ଆଗାମୀ ଦିନରେ ବିଜେଡି ଅନୁସୂଚିତ ଜାତି ବର୍ଗ ର ଭାଇଭଉଣୀ ମାନଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ତାର ଲଢେଇ ଜାରି ରଖିବ ବୋଲି ଶ୍ରୀ ପଟ୍ଟନାୟକ ଘୋଷଣା କରିଥିଲେ। ଏହି ବୈଠକରେ ଅନୁସୂଚିତ ଜାତି ବର୍ଗ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ବିଷୟ ତଥା ସେଲକୁ ଅଧିକ ଶକ୍ତିଶାଳୀ କରାଯିବା ବିଷୟରେ ବୈଠକରେ ଆଲୋଚନା ହୋଇଥିଲା।

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ଶ୍ରୀ ଗଣେଶ୍ୱର ବେହେରା,ଶ୍ରୀ ମହେଶ ସାହୁ,ଶ୍ରୀମତୀ ପ୍ରମିଳା ମଲ୍ଲିକ,ପୂର୍ବତନ ମନ୍ତ୍ରୀ ଶ୍ରୀ ପଦ୍ମନାଭ ବେହେରା ପ୍ରମୁଖ ଉଦବୋଧନ ଦେଇଥିଲେ। ପୂର୍ବତନ ମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ। ପୂର୍ବତନ ସାସଂଦ ଡା. ରାଜଶ୍ରୀ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।

Share This Article