ନିଜ ଜନ୍ମମାଟିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ମର୍ଣ୍ଣିଂ ୱାକ କଲେ, ଲୋକଙ୍କ ସହିତ ଚା ପିଇଲେ

Odisha Hot News
1 Min Read

ଭୁବନେଶ୍ବର: ନିଜ ଜନ୍ମମାଟି କେଉଁଝର ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ସକାଳୁ ମର୍ଣ୍ଣିଂ ୱାକରେ ସାମିଲ ହୋଇଛନ୍ତି। ସେ କେଉଁଝର ଷ୍ଟାଡିୟମରେ ଲୋକଙ୍କ ସହିତ ମର୍ଣ୍ଣିଂ ୱାକ କରିଥିଲେ। ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଲୋକମାନେ ବେଶ ଖୁସିରେ ହାତ ମିଳାଇବା ସହିତ କଥାବାର୍ତ୍ତା ମଧ୍ୟ କରିଥିଲେ।

ପରେ ମୁଖ୍ୟମନ୍ତ୍ରୀ ଲୋକମାନଙ୍କ ସହିଚ ଚା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଏଥିରେ ସ୍ଥାନୀୟ ଲୋକେ ମୁଖ୍ୟମନ୍ତ୍ରୀଙ୍କ ସହିତ ସାମିଲ ହୋଇଥିଲେ। ସେଠାରେ ମୁଖ୍ୟମନ୍ତ୍ରୀ କେତେକ ବରିଷ୍ଠ ଲୋକମାନଙ୍କୁ ସମ୍ବର୍ଦ୍ଧିତ ତଥା ପୁରସ୍କୃତ ମଧ୍ୟ କରିଥିଲେ। ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ମୟୁରଭଂଜ ଗସ୍ତରେ ଯିବେ।

Share This Article