ବାଲୁଗାଁରୁ ୪.୧୫୦ କେଜି ଗଞ୍ଜେଇ ଜବତ, ଅଭିଯୁକ୍ତ ଗିରଫ

Odisha Hot News
1 Min Read

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଶୁକ୍ରବାର ପୂର୍ବାହ୍ନରେ ଅବକାରୀ କମିଶନର ନରସିଂହ ଭୋଳ ଓ ଖୋର୍ଦ୍ଧା ଜିଲ୍ଲା ଅବକାରୀ ଅଧିକ୍ଷକ ସୁମତି ତ୍ରିପାଠୀଙ୍କ ନିର୍ଦ୍ଦେଶକ୍ରମେ ବାଲୁଗାଁ ଚିଲିକା କୁଳ ନିକଟରେ ଚଢାଉ କରାଯାଇଥିଲା। ଚଢାଉ ବେଳେ ୪.୧୫୦ କେଜି ଗଞ୍ଜେଇ ଜବତ କରିବା ସହ ଅଭିଯୁକ୍ତକୁ ବାଲୁଗାଁ ଅବକାରୀ ବିଭାଗ ଗିରଫ କରିଛି।

ଅଭିଯୁକ୍ତ ଜଣକ ବାଲୁଗାଁ ଅଞ୍ଚଳର କୃଷ୍ଣ ଦାସ (୩୧)। ଅଭିଯୁକ୍ତଙ୍କ ବିରୁଦ୍ଧରେ କେଶ ନଂ ୧୩୩/୨୪ ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ଅଧିକାରିଣୀ ସ୍ମିତା ପଣ୍ଡା କହିଛନ୍ତି। ଉକ୍ତ ଚଢ଼ାଉରେ ଅବକାରୀ ଅଧିକାରିଣୀ ଶ୍ରୀମତୀ ପଣ୍ଡା ଓ ଟିମ ସାମିଲ ଥିଲେ।

Share This Article