ସୁଭଦ୍ରା ଟଙ୍କା ନ ଆସିବାରୁ ଖାତା ଚେକ କରିବା ପାଇଁ ବ୍ୟାଙ୍କ ଆଗରେ ମହିଳାଙ୍କ ଅସମ୍ଭବ ଭିଡ

Odisha Hot News
1 Min Read

ଯାଜପୁର: ସୁଭଦ୍ରା ଟଙ୍କା କି ପ୍ରକାରର ବାୟା କରିଛି କେଜାଣି ବର୍ତ୍ତମାନ ସାରା ଓଡିଶାରେ ଏହାକୁ ନେଇ ଚର୍ଚ୍ଚା। କେଉଁଠାରେ କିଏ ଫର୍ମ ଫିଲପ ପାଇଁ ଟଙ୍କା ମାଗିଲାଣି ତ କିଏ ଆଧାର ସଂଯୋଗ ପାଇଁ ହାତଗୁଞ୍ଜା ମାଗୁଛି। ତେବେ ରାଜ୍ୟ ସରକାରଙ୍କ ତରଫରୁ ସେ ସବୁ ନିୟନ୍ତ୍ରଣ କରାଯାଉଥିବା ବେଳେ ବର୍ତ୍ତମାନ କାହିଁକି ଟଙ୍କା ଆସି ନାହିଁ ସେ ନେଇ ସମସ୍ତଙ୍କର ଚିନ୍ତା।

ଏସବୁ ଭିତରେ ଯାଜପୁରରୁ ଆସିଛି ଏକ ଅଭାବନୀୟ ଘଟଣା। ତାହା ହେଲା ଯାଜପୁର ବରିର ବାଲିଆପାଳ ଇଣ୍ଡିଆନ ବ୍ୟାଙ୍କର ଆଗରେ ମହିଳାମାନଙ୍କ ଅସମ୍ଭବ ଭିଡ। ଏକ ପୁରୁଣା ଘରେ ହୋଇଥିବା ଏହି ବ୍ୟାଙ୍କର ସିଡିରେ ମହିଳାମାନେ ଯେପରି ବିପଦ ପୂର୍ଣ୍ଣ ଭାବେ ଆକାଉଣ୍ଟ ଯାଞ୍ଚ କରିବା ପାଇଁ ଅପେକ୍ଷା କରିଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।

ଘଟଣାରୁ ଜଣାପଡିଛି ଯେ, ଗତକାଲି ପ୍ରଧାନମନ୍ତ୍ରୀ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବା ପରେ ବିଭିନ୍ନ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ଯାଇଥିଲା। ହେଲେ କେତେକଙ୍କ ପାଖକୁ ମେସେଜ ନ ଆସିଥିଲେ ମଧ୍ୟ ଆକାଉଣ୍ଟକୁ ଟଙ୍କା ଆସିଥିଲା। ଏହି ଖବର ଜଣାପଡିବା ପରେ ଯେଉଁମାନଙ୍କ ପାଖକୁ ମେସେଜ ଆସିନାହିଁ ସେମାନେ ବ୍ୟାଙ୍କ ଆଗରେ ପ୍ରବଳ ଭିଡ କରିଛନ୍ତି।

Share This Article