One Nation One Election: ‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’ ପ୍ରସ୍ତାବକୁ ମିଳିଲା କ୍ୟାବିନେଟ ମଂଜୁରୀ

Odisha Hot News
1 Min Read

One Nation One Election: ଆଜି ଜାତୀୟ ରାଜନୀତି ପାଇଁ ଏକ ଐତିହାସିକ ଦିନ କହିଲେ ଅତ୍ୟୁକ୍ତି ହେବ ନାହିଁ। ଆଜି କେନ୍ଦ୍ର କ୍ୟାବିନେଟ ଗୋଟିଏ ଦେଶ-ଗୋଟିଏ ନିର୍ବାଚନ ମୋଦୀ କ୍ୟାବିନେଟର ଅନୁମୋଦନ ଲାଭ କରିଛି। ଆଜି ବୁଧବାର ସେପ୍ଟେମ୍ବର ୧୮ ତାରିଖରେ ବସିଥିବା କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ପ୍ରସ୍ତାବ ​​ଉପସ୍ଥାପିତ କରାଯାଇ ଥିଲା। ଯାହାକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି।

ଏ ନେଇ ଗଣମାଧ୍ୟମକୁ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ଯେ ସଂସଦର ଆସନ୍ତା ଶୀତ ଅଧିବେଶନରେ ଗୋଟିଏ ଦେଶ-ନିର୍ବାଚନ ବିଲ୍ ଉପସ୍ଥାପନ କରାଯିବ। ଆଜି କେନ୍ଦ୍ର କ୍ୟାବିନେଟରେ ତାହା ଅନୁମୋଦନ ଲାଭ କରିଛି। ସେ କହିଥିଲେ ଯେ, ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ୱରେ ଗଠିତ କମିଟି ମାର୍ଚ୍ଚ ମାସରେ ଲୋକସଭା ନିର୍ବାଚନ ପୂର୍ବରୁ କ୍ୟାବିନେଟ ସମ୍ମୁଖରେ ଏହାର ରିପୋର୍ଟ ଉପସ୍ଥାପନ କରିଥିଲା। ଏହି ରିପୋର୍ଟ ଅନୁସାରେ ଏଣିକି ଲୋକସଭା ଓ ବିଧାନସଭା ନିର୍ବାଚନ ଏକାସାଙ୍ଗରେ ଅନୁଷ୍ଠିତ ହେବ।

Share This Article