ବେଦାନ୍ତ କଂପାନୀ ଉପରେ ଗର୍ଜିଲେ ବିଧାୟକ ସାଗର ଦାସ, ସମସ୍ୟା ନ ବୁଝିଲେ ଦେଲେ ଆନ୍ଦୋଳନ ଧମକ

Odisha Hot News
1 Min Read

ଭୁବନେଶ୍ବର: ଲାଞ୍ଜିଗଡରେ ଥିବା ବେଦାନ୍ତ କଂପାନୀର ରେଡମଡ ପଣ୍ଡ ଭୁଷୁଡିବାକୁ ନେଇ ଉତକ୍ଷିପ୍ତ ହୋଇଛନ୍ତି ଭବାନୀପାଟଣା ବିଧାୟକ ସାଗର ଦାସ। ଗତ ରବିବାର ଦିନ ବେଦାନ୍ତ ଆଲମ୍ୟୁନା କଂପାନୀର ରେଡମଡ ପଣ୍ଡ ଭୁଷୁଡି ଯାଇଛି। ଫଳରେ ସ୍ଥାନୀୟ ଅଞ୍ଚଳର ଶହଶହ ଏକରର ଜମିରେ ନାଲି ପାଣି ମାଡିଯାଇଛି। ଏଥିସହିତ ନିକଟସ୍ଥ ବଂଶଧରା ନଦୀରେ ଏହି ନାଲି ପାଣି ମିଶି ତାହାକୁ ବିଶାକ୍ତ କରିଦେଇଛି।

ଏହି ଖବର ପାଇବା ପରେ ଗତକାଲି ସ୍ଥାନୀୟ କଂଗ୍ରେସ ବିଧାୟକ ସାଗର ଦାସ ଘଟଣା ସ୍ଥଳକୁ ଯାଇ କ୍ଷୟକ୍ଷତି ଅନୁଧ୍ୟାନ କରିଛନ୍ତି। ଏଥିସହିତ କ୍ଷତିଗସ୍ତ ଲୋକଙ୍କ ସମସ୍ୟା ମଧ୍ୟ ବୁଝିଛନ୍ତି। ଏହାପରେ ସେ ଗଣମାଧ୍ୟମକୁ କହିଛନ୍ତି ସାତ ଦିନ ମଧ୍ୟରେ ବେଦାନ୍ତ କଂପାନୀ କ୍ଷତିଗସ୍ତଙ୍କ କଥା ବୁଝିବାକୁ କୁହାଯାଇଛି। ନହେଲେ ପରବର୍ତ୍ତି ସମୟରେ ବେଦାନ୍ତ ବିରୋଧରେ ଆନ୍ଦୋଳନ କରାଯିବ ବୋଲି ସେ ଧମକ ଦେଇଛନ୍ତି।

ତେବେ ସେ କ୍ଷତିଗସ୍ତ ଲୋକଙ୍କ ସହିତ ଆଲୋଚନା କରିବା ବେଳେ ବେଦାନ୍ତର ମନମୁଖି କାର୍ଯ୍ୟ ସଂପର୍କରେ ସମସ୍ତେ କହିଥିଲେ। ବେଦାନ୍ତ ବିରୋଧରେ କିଛି ଅଭିଯୋଗ କଲେ ସେମାନଙ୍କୁ ଧମକ ଦିଆଯାଉଛି। ଏପରିକି ପୋଲିସ ଲଗେଇ ଦିଆଯାଉଛି ବୋଲି ବିଧାୟକଙ୍କ ନିକଟରେ କ୍ଷତିଗସ୍ତ ଲୋକେ ଗୁହାରି କରିଥିଲେ। ତେବେ ଏହାକୁ ନେଇ ବେଦାନ୍ତ କଂପାନୀ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

Share This Article