ବିନି ପଟ୍ଟନାୟକଙ୍କ ନୂଆ ଓଡ଼ିଆ ଚଳଚ୍ଚିତ୍ର “ସନମ ତୁ ସୁହାନା” ର ଅଡିଓ ଲୋକାର୍ପଣ

Odisha Hot News
1 Min Read

ଭୁବନେଶ୍ଵର: ବିନି ପଟ୍ଟନାୟକ ଫିଲ୍ମ୍ସ ବ୍ୟାନର ରେ ନିର୍ମାଣ ହୋଇଥିବା “ସନମ୍ ତୁ ସୁହାନା” ନୂଆ ଓଡ଼ିଆ ଚଳଚ୍ଚିତ୍ର ର ଅଡିଓ ଲୋକାର୍ପଣ ହୋଇଛି। ଏହି ଅଡିଓ ଲୋକାର୍ପଣ ଉତ୍ସବ ଭୁବନେଶ୍ୱର ସ୍ଥିତ ସିନେପଲିସ ଠାରେ ଅନୁଷ୍ଠିତ ହୋଇଥିଲା।

ଏହି ଅବସରରେ ସମସ୍ତ କ୍ରିଉ ଉପସ୍ଥିତ ଥିଲେ। “ସନମ୍ ତୁ ସୁହାନା” ଆସନ୍ତା ଅକ୍ଟୋବର ୪ ତାରିଖ ରେ ମୁକ୍ତିଲାଭ କରିବା ପାଇଁ ସ୍ଥିର ହୋଇଛି। କାହାଣୀ, ଚିତ୍ରନାଟ୍ୟ ସହିତ ପ୍ରଯୋଜନା କରିଛନ୍ତି ବିନି ପଟ୍ଟନାୟକ। ଯୁବ ନିର୍ଦ୍ଦେଶକ ଅଶ୍ୱିନୀ ଗଡ଼ନାୟକ ଏହି ଚଳଚ୍ଚିତ୍ର ର ନିର୍ଦ୍ଦେଶନା ଦେଇଛନ୍ତି। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବହୁ ନାମୀ ସଙ୍ଗୀତ ନିର୍ଦ୍ଦେଶକ ମଳୟ ମିଶ୍ର ସହିତ ବିଜୟ କୁମାର। ନାୟକ ଜ୍ୟୋତି ଙ୍କ ସହିତ ଦୁଇ ଜଣ ନାୟିକା ସଙ୍ଗୀତା ଓ ଶ୍ରେୟା ଙ୍କୁ ନେଇ ସିନେମାର କାହାଣୀ ଗତିଶୀଳ ହୋଇଛି। ତାଙ୍କ ବ୍ୟତୀତ କାଳୀ, ସୋମୁ, ଶଙ୍କର, ଜୀବନ ପଣ୍ଡା ପ୍ରମୁଖ ଅଭିନୟ କରିଛନ୍ତି।

ଅଡିଓ ଲୋକାର୍ପଣ ଉତ୍ସବରେ ଉପସ୍ଥିତ ଥିବା ସମସ୍ତ ଦର୍ଶକ ଏବଂ ଶ୍ରୋତା ସମସ୍ତ ଗୀତ ଗୁଡିକୁ ବହୁତ ପ୍ରଶଂସା କରିଥିଲେ। ଏହି ଅବସରରେ ପ୍ରଯୋଜକ ବିନି ପଟ୍ଟନାୟକ, ନିର୍ଦ୍ଦେଶକ ଅଶ୍ୱନୀ ଗଡ଼ନାୟକ, ସଙ୍ଗୀତ ନିର୍ଦ୍ଦେଶକ ବିଜୟ କୁମାର, ନାୟକ ଜ୍ୟୋତି, ନାୟିକା ଶ୍ରେୟା ଓ ସଂଗୀତା, ସ୍ୱୟମ ପ୍ରକାଶ ପାଢ଼ୀ, ଦୀପ୍ତି ରେଖା ପାଢ଼ୀ, ସତ୍ୟଜିତ ପ୍ରମୁଖ ଉପସ୍ଥିତ ଥିଲେ।

ଦଶହରା ବଜାରରେ ଗୀତ ଗୁଡିକ ବେଶ ଟ୍ରେଣ୍ଡି ହେବ ବୋଲି ଚର୍ଚ୍ଚା ହେଉଛି। ବିନି ପଟ୍ଟନାୟକ ଫିଲ୍ମ୍ସ ବ୍ୟାନର ର ପୂର୍ବ ଚଳଚ୍ଚିତ୍ର ଗୁଡିକ ଯେପରି ହିଟ୍ ହୋଇଥିଲା ସେହିପରି ସନମ୍ ତୁ ସୁହାନା ମଧ୍ୟ ହିଟ୍ ହେବ ବୋଲି ପ୍ରଚାର ଓ ପ୍ରସାର ମୁଖ୍ୟ ଥିବା ପ୍ରଣୟ ଜେଠୀ ମତ ଦେଇଛନ୍ତି। ଅଡିଓ ବିତରଣ ଦାୟିତ୍ଵ ରେ ଅଛନ୍ତି ପ୍ରେମ୍ ଅଡିଓ।

Share This Article