ତପ୍ତପାଣି ଘାଟିରେ ଗଛକୁ ଧକ୍କା ଦେଲା ବସ୍, ଅଳ୍ପକେ ବର୍ତ୍ତିଲେ ୪୦ ରୁ ଉର୍ଦ୍ଧ୍ଵ ଯାତ୍ରୀ

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ପାଟପୁର ଥାନା ତପ୍ତପାଣି ମା’ କନ୍ଧୁଣି ଦେବୀଙ୍କ ମନ୍ଧିର ନିକଟରେ ଆଜି ସକାଳୁ ରାସ୍ତା କଡରେ ଥିବା ଗଛକୁ ଧକ୍କା ଦେଇଛି ଯାତ୍ରୀବାହୀ ବସ୍। ଧକ୍କା ଦେବା ଫଳରେ ଅଳ୍ପକେ ବର୍ତ୍ତିଲେ ୪୦ ରୁ ଉର୍ଦ୍ଧ୍ଵ ଯାତ୍ରୀ।

ସୂଚନା ମୁତାବକ ଆଜି ଭୋରୁ ଗଜପତି ଜିଲ୍ଲାରୁ ବ୍ରହ୍ମପୁର ଅଭିମୁଖେ ଆସୁଥିବା “ପଦ୍ମାଳୟା” ନାମକ ଏକ ଯାତ୍ରୀବାହୀ ବସ୍ କନ୍ଧୁଣୀ ଦେବିଙ୍କ ମନ୍ଦିର ନିକଟରେ ଗାଡି ଚାଳକ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ଗଛକୁ ଧକ୍କା ଦେଇଥିଲା। କିନ୍ତୁ ବସ୍ ରେ ବସିଥିବା ଯାତ୍ରୀମାନେ ସୁରକ୍ଷିତ ଥିବା ଜଣାପଡ଼ିଛି।

ଦୁର୍ଘଟଣାର ସମ୍ମୁଖୀନ ବସ୍ ର ଯାତ୍ରୀମାନେ ଅନ୍ୟ ବସ୍ ରେ ଗନ୍ତବ୍ୟ ସ୍ଥଳକୁ ଯାଇଥିବା ବେଳେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

Share This Article