ଚିଲିକାରେ ସୁଭଦ୍ରା ଯୋଜନା ପଞ୍ଜିକରଣ ବ୍ୟବସ୍ଥା ତଦାରଖ କଲେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

Odisha Hot News
1 Min Read

ବାଲୁଗାଁ( ସୀତାରାମ ଅଗ୍ରୱାଲ): ଆଜି ବାଣପୁର ଓ ଚିଲିକା ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଏବଂ ଜନସେବା କେନ୍ଦ୍ର ତଦାରଖ କରିଥିଲେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ। ସେ  “ସୁଭଦ୍ରା ଯୋଜନା” ର ଅନଲାଇନ୍ ପଞ୍ଜୀକରଣ ଆବେଦନ କିପରି ଚ଼ାଲିଛି ବୁଝିବା ସହ ଆବେଦନକାରୀଙ୍କ ସହ ଆଲୋଚନା କରିଥିଲେ।

ଉକ୍ତ କେନ୍ଦ୍ର ଗୁଡିକରେ ସେ ମହିଳାମାନଙ୍କର ଆବେଦନ ସମୟରେ ଉପୁଜୁଥିବା ବିଭିନ୍ନ ସମସ୍ୟା ପରଖିଥିଲେ। ତତସହିତ ସରକାରଙ୍କ ନିୟମ ମୁତାବକ ନିଃଶୁଳ୍କ ଆବେଦନ ପ୍ରକ୍ରିୟାକୁ ଗୁରୁତ୍ୱ ଦେଇ କୌଣସି ହିତାଧିକାରୀଙ୍କଠାରୁ ଆବେଦନ ପାଇଁ ଯେପରି କେହିବି ଅର୍ଥ ଆଦାୟ ନ କରନ୍ତି ସେଥିପ୍ରତି କଡ଼ା ନଜର ରଖିବାକୁ ସ୍ଥାନୀୟ ପ୍ରଶାସନକୁ ନିର୍ଦେଶ ଦେଇଥିଲେ।

ତେବେ ବିଭିନ୍ନ କେନ୍ଦ୍ରରେ ସର୍ଭର ସ୍ଲୋ ଥିବା ଅଭିଯୋଗ ପାଇ ସଙ୍ଗେସଙ୍ଗେ ଏହାର ନିରାକରଣ ଦିଗରେ ପଦକ୍ଷେପ ନେଇଥିଲେ। ଯଦି କୌଣସି ଜନ ସେବା କେନ୍ଦ୍ର ମହିଳାମାନଙ୍କ ଠାରୁ ଆବେଦନ ନିମିତ୍ତ ଅର୍ଥ ଆଦାୟ କରିବାର ନଜର ଆସେ ତେବେ ସଙ୍ଗେସଙ୍ଗେ ଉକ୍ତ ସେଣ୍ଟରର ଲାଇସେନ୍ସ ରଦ୍ଦ ହେବ ବୋଲି ମନ୍ତ୍ରୀ କଡ଼ା ଚେତାବନୀ ଦେଇଛନ୍ତି।

ଏହି ଗସ୍ତ କାର୍ଯ୍ୟକ୍ରମ ଅବସରରେ ଚ଼ିଲିକା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଜ୍ୟୋସ୍ନା ବେହେରା, ଚ଼ିଲିକା ବ୍ଲକ ବିଡ଼ିଓ, ଚ଼ଣ୍ଡେଶ୍ବର ପଞ୍ଚାୟତର ସରପଞ୍ଚ,ସମିତିସଭ୍ୟ, ପୂର୍ବତନ ସରପଞ୍ଚ ଓ ନାଏବ ସରପଞ୍ଚଙ୍କ ସମେତ ପଞ୍ଚାୟତର ଅଧିକାରୀ ଗଣ ଉପସ୍ଥିତ ଥିଲେ।

Share This Article