ସମ୍ବଲପୁର ସଭାରେ ସୁରେଶ ପୂଜାରୀଙ୍କୁ ଅପଦସ୍ତ କରିଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Odisha Hot News
1 Min Read

ଭୁବନେଶ୍ବର: ଗତକାଲି ସମ୍ବଲପୁରରେ ଆୟୋଜିତ ସିଏମ କିଶାନ ଯୋଜନା ଉଦଘାଟନ ବୈଠକରେ ଏକ ଅଦଭୂତ ସ୍ଥିତି ଦେଖିବାକୁ ମିଳିଥିଲା। ତାହା ହେଲା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଜ୍ୟ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ମଧ୍ୟରେ କଥା କଟାକଟି। ଯାହାକୁ ନେଇ ରାଜ୍ୟ ରାଜନୀତିରେ ବେଶ ହଟଚମଟ ସୃଷ୍ଟି କରିଛି। ଗୋଟିଏ ଦଳର ନେତାଙ୍କ ମଧ୍ୟରେ ସଭା ମଞ୍ଚରେ ମୁହାଁମୁହିଁ ହେବାକୁ ନେଇ ଅନେକ ନାପସନ୍ଦ କରିଛନ୍ତି।

ଘଟଣାଟି ହେଲା ଯେ, ଗତ ପାଞ୍ଚ ତାରିଖରେ ହୀରାକୂଦ କେନାଲ ନବୀକରଣ ପ୍ରକଳ୍ପକୁ ରାଜ୍ୟ କ୍ୟାବିନେଟ ମଂଜୁରୀ କରିଛନ୍ତି। ତାହାକୁ ନେଇ ରାଜସ୍ବ ମନ୍ତ୍ରୀ ସଭାମଞ୍ଚରେ କହିଥିଲେ ଯେ, ଏହି କେନାଲ ନବୀକରଣ ପ୍ରକଳ୍ପ ମୁଖ୍ୟମନ୍ତ୍ରୀଙ୍କ ଅନୁଭବ ନ ଥାଇପାରେ ହେଲେ ମୋର ଏହା ଉପରେ ଅଧିକ ଅନୁଭବ ରହିଛି।

ଏହାପରେ ଧର୍ମେନ୍ଦ୍ରଙ୍କ କହିବା ପାଳିରେ ସେ ସ୍ପଷ୍ଟିକରଣ ଦେଇ କହିଥିଲେ ଯେ, ସୁରେଶ ଭାଇଙ୍କ କଥାରେ ମୁଁ ଏକମତ ନୁହେଁ। ମୁଖ୍ୟମନ୍ତ୍ରୀଙ୍କ ଅନୁଭବ କିପରି ରହିବ ନାହିଁ। ସେ ନିଜେ ହେଉଛନ୍ତି ଜଳସେଚନ ମନ୍ତ୍ରୀ। ତାଙ୍କ ବିନା ଏହି ପ୍ରକଳ୍ପ ଅନୁମତି ମିଳିବ ନାହିଁ। ଏହାପରେ ସୁରେଶ ପୂଜାରୀ ପୁଣି ଉଠି ସେ କେଉଁ ଉଦ୍ଦେଶ୍ୟରେ ତାହା କହିଥିଲେ ତାହାର ସଫେଇ ଦେଇଥିଲେ।

Share This Article