ଗଣେଶ ଚତୁର୍ଥୀ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶୁଭେଚ୍ଛା

Odisha Hot News
1 Min Read

ଭୁବନେଶ୍ଵର: ଗଣେଶ ଚତୁର୍ଥୀ ଅବସରରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏକ ବାର୍ତ୍ତାରେ ରାଷ୍ଟ୍ରପତି କହିଛନ୍ତି ଯେ “ ପବିତ୍ର ଗଣେଶ ଚତୁର୍ଥୀ ଉତ୍ସବରେ ମୁଁ ସମସ୍ତ ଦେଶବାସୀଙ୍କୁ ମୋର ଶୁଭେଚ୍ଛା ଜଣାଉଛି। ଦେଶର ଅନେକ ସ୍ଥାନରେ ବହୁତ ଉତ୍ସାହର ସହିତ ପାଳନ କରାଯାଉଥିବା ଏହି ଉତ୍ସବ ସାମାଜିକ ଶକ୍ତିର ଏକ ସୁନ୍ଦର ଉଦାହରଣ ଉପସ୍ଥାପନ କରେ। ଆମର ପରମ୍ପରାରେ ଭଗବାନ ଶ୍ରୀ ଗଣେଶ ମଙ୍ଗଳଦାତା ଏବଂ ବିଘ୍ନହର୍ତ୍ତା ବୋଲି ବିଶ୍ଵାସ କରାଯାଏ। ଗଣେଶ ଚତୁର୍ଥୀର ଶୁଭ ଅବସରରେ ମୁଁ ଭଗବାନଙ୍କୁ ପ୍ରାର୍ଥନା କରୁଛି ଯେ, ସମସ୍ତଙ୍କୁ ବିପଦରୁ ରକ୍ଷା କରନ୍ତୁ ଏବଂ ସମୃଦ୍ଧି ଭରି ଦିଅନ୍ତୁ।

ଗଣପତି ବାପ୍ପା ମୋରିୟା!

Share This Article