ଶ୍ରୀ ଗଣେଷଙ୍କୁ ୨୦ କେଜି ସୁନାର ମୁକୁଟ ଉପହାର ଦେଲେ ଏହି ବ୍ୟକ୍ତି, ଦାମ ହେବ ୧୫ କୋଟି ଟଙ୍କା

Odisha Hot News
1 Min Read

ଗଣେଷ ଚତୁର୍ଥୀ: ଆଜି ହେଉଛି ପବିତ୍ର ଗଣେଷ ଚତୁର୍ଥୀ ବା ଗଣେଷ ପୂଜା। ସେଥିପାଇଁ ସାରା ଭାରତରେ ଏହି ପୂଜା ବେଶ ଭକ୍ତିପୂତ ଭାବେ ପାଳନ କରାଯାଉଛି। ତେବେ ଦେଶର ସବୁଠାରୁ ବେଶ ଆକର୍ଷଣୀୟ ଭାବେ ଗଣେଷଙ୍କ ପୂଜା ମୁମ୍ବାଇ ସହରରେ ହୋଇଥାଏ। ଏଥିପାଇଁ ପ୍ରସ୍ତୁତି ପ୍ରାୟ ମାସେ ଆଗରୁ କରାଯାଇଥାଏ।

ତେବେ ଏଥର ଗଣେଷ ପୂଜାରେ ମୁମ୍ବାଇ ସହର ଚମକୁ ଥିବା ବେଳେ ଗୋଟିଏ ଘଟଣା ନେଇ ମଧ୍ୟ ବେଶ ଚର୍ଚ୍ଚା ଚାଲିଛି। ତାହା ହେଲା ଯେ, ଜଣେ ଭକ୍ତ ପ୍ରଭୃ ଗଣେଷଙ୍କୁ ୨୦ କେଜି ସୁନାରେ ତିଆରି ଏକ ମୁକୁଟ ଉପହାର ଦେଇଛନ୍ତି। ଏହି ମୁକୁଟଟି ମୂଲ୍ୟ ପ୍ରାୟ ୧୫ କୋଟି ଟଙ୍କା ହେବ ବୋଲି ଜଣାପଡିଛି।

ମୁମ୍ବାଇର ପ୍ରସିଦ୍ଧ ଲାଲବାଗଚା ରାଜା ପୂଜା ସମିତର ଏଥର ଗଣେଷ ପୂଜାରେ ଏହି ମୁକୁଟ ଲଗାଯାଇଛି। ତେବେ ମୁକୁଟଟି ଚାରିଟି ଭାଗରେ ନିର୍ମାଣ କରାଯାଇଛି। ଯାହାକୁ ଶ୍ରୀଗଣେଷଙ୍କ ମୁଣ୍ଡରେ ଲଗାଇବେ ପରେ ତାହା ବେଶ ଆକର୍ଷଣୀୟ ଦେଖାଯାଉଛି। ତେବେ ଏହାକୁ ଯେ ଦାନ କରିଛନ୍ତି ସେ ହେଉଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରୀର ଅଧକ୍ଷ ମୁକେଶ ଆମ୍ବାନୀଙ୍କ ପୁଅ ଅନନ୍ତ ଆମ୍ବାନୀ।

Share This Article