ଭୁବନେଶ୍ୱର : ଲକ୍ଡାଉନ୍ ଯୋଗୁ ପିଲାମାନଙ୍କ ପାଠପଢା ଏକ ପ୍ରକାର ଠପ୍ ହୋଇଯାଇଛି। ଦଶମ ପିଲାଙ୍କ ପରୀକ୍ଷା ମୂଲ୍ୟାୟନ ଶେଷ ହୋଇପାରି ନ ଥିବାବେଳେ ଯୁକ୍ତ୨ ପରୀକ୍ଷା ମଧ୍ୟ ଶେଷ ହୋଇନାହିଁ। ଏସବୁକୁ ନେଇ ସରକାର ଚିନ୍ତାରେ ଥିବାବେଳେ ପ୍ରଥମ ପର୍ଯ୍ୟାୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ପାଖରେ ବହି ପହଞ୍ଚାଇବା ଲାଗି ପଦକ୍ଷେପ ନିଆଯାଇଛି। ଆସନ୍ତା ୫ ଦିନ ମଧ୍ୟରେ ସବୁ ପିଲାମାନଙ୍କ ନିକଟରେ ବହି ପହଞ୍ଚାଇବା ପାଇଁ ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ସମସ୍ତ ଜିଲା ଶିକ୍ଷା ଅଧିକାରୀ ଏବଂ ଡିସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅଭିଭାବକମାନଙ୍କୁ ସ୍କୁଲକୁ ଡକାଇ ବହି ଦେବାକୁ କୁହାଯାଇଛି। ନଚେତ୍ ଘରକୁ ଯାଇ ଶିକ୍ଷକମାନେ ପିଲାଙ୍କ ନିକଟରେ ବହି ପହଞ୍ଚାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ପୁରୀ ଜିଲାରୁ ଏହି କାର୍ଯ୍ୟ ଆରମ୍ଭ ହୋଇଥିବା ବେେଳେ ପରବର୍ତ୍ତୀ ପର୍ଯ୍ୟାୟରେ ରାଜ୍ୟର ସବୁ ଜିଲାରେ ଲାଗୁ କରାଯାଇଛି। ବହି ବାଣ୍ଟିବା ସମୟରେ ସାମାଜିକ ଦୂରତା ଅବଲମ୍ବନ କରିବା ପାଇଁ ପରାମର୍ଶ ଦିଆଯାଇଛି। ହଟ୍ସସ୍ପଟ୍ ଏବଂ କଣ୍ଟେନମେଣ୍ଟ ଜୋନ୍ରେ ବହି ବଣ୍ଟାଯିବ ନାହିଁ। ଏହା ମଧ୍ୟରେ ନବମ ଶ୍ରେଣୀ ପିଲାଙ୍କ ଖାତା ମୂଲ୍ୟାୟନ ହୋଇପାରି ନାହିଁ। ଏହି କାର୍ଯ୍ୟ ବିଭାଗ ପକ୍ଷରୁ ତୁରନ୍ତ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯିବ ବୋଲି ଜଣାପଡିଛି। ନୂଆକରି ଦଶମ ଶ୍ରେଣୀରେ ପାଦ ରଖିବାକୁ ଥିବା ପିଲାମାନେ ମଧ୍ୟ ବହି ପାଇବାରୁ ବଞ୍ଚିତ ଅଛନ୍ତି। ଚଳିତ ଥର ଦଶମ ଶ୍ରେଣୀର ୧୪ଟି ବହିରୁ ୮ଟି ପରିବର୍ତ୍ତନ ହୋଇଛି। ଏହି ପୁସ୍ତକ ବୋର୍ଡରେ ଥିଲେ ମଧ୍ୟ ଲକ୍ଡାଉନ୍ ଯୋଗୁ ବାହାରକୁ ଆସିପାରିନାହିଁ। ଏଥିଲାଗି ମଧ୍ୟ ବିଳମ୍ବ ହେବ ବୋଲି ଜଣାପଡିଛି।
୫ଦିନ ମଧ୍ୟରେ ବହି ବଣ୍ଟା ଶେଷ କର : ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- Noahzer on ବିଭିନ୍ନ ଦାବି ନେଇ ଆଜିଠୁ ବଲାଙ୍ଗିର ବନ୍ଦ
- Genebed on Architecture beach blue chairs
- pereplanirovka kvartir_xlml on ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ଜର୍ସି, ମାସ୍କଟ ଉନ୍ମୋଚିତ: ‘ଭାରତ ହେବ କ୍ରୀଡ଼ାର ମହାଶକ୍ତି’
- mostbet_qxkl on ଆଜି କ୍ୱାଟର ଫାଇନାଲରେ ମୁହାଁମୁହିଁ ହେବେ : ଆର୍ଜେଣ୍ଟିନା-ଇଂଲଣ୍ଡ, ଅଷ୍ଟେଲିଆ-ଫ୍ରାନ୍ସ !
- Jeremiahbip on Architecture beach blue chairs
