ରେଳୱେ ଫାଟକ ବନ୍ଦ ନେଇ ତାତିଲେ ଦୀପାଳି ଦାସ, କଲେ ତିବ୍ର ବିରୋଧ

Odisha Hot News
1 Min Read

ଝାରସୁଗୁଡା: ରେଳୱେ ଫାଟକ ବନ୍ଦ କରିବା ପ୍ରସ୍ତାବକୁ ନେଇ ତାତିଲେ ଝାରସୁଗୁଡାର ପୂର୍ବତନ ବିଧାୟିକ ଦୀପାଳି ଦାସ। ସେହି ଫାଟକ ବନ୍ଦ ହେଲେ ଆନ୍ଦୋଳନ ତୀବ୍ର ହେବ ବୋଲି ଚେତାବନି ମଧ୍ୟ ଦେଲେ। ଏ ନେଇ ସେ ଝାରସୁଗୁଡାରେ ଏକ ସାମ୍ବାଦିକ ସମ୍ମିଳନୀ କରି ରେଳ ବିଭାଗ ଏହି ପ୍ରସ୍ତାବକୁ ପ୍ରତ୍ୟାହାର କରିବାକୁ ଅନୁରୋଧ କରିଛନ୍ତି। ଏ ନେଇ ସେ ଏକ ଦସ୍ତଖତ ଅଭିଯାନ ମଧ୍ୟ ଆରମ୍ଭ କରିଛନ୍ତି।

ବହୁ ବର୍ଷ ଧରି ସରବାହଲ ଅଞ୍ଚଳବାସୀ ଏକ ରେଳଫାଟକ ପାର ହୋଇ ଝାରସୁଗୁଡା ସହରକୁ ଯାଇଥାନ୍ତି। ଯାହା ଯାତାୟତରେ ବେଶ ସୁବିଧା ହୋଇଥାଏ। ହେଲେ ରେଳବିଭାଗ ଏହି ଫାଟକକୁ ବନ୍ଦ କରିବାକୁ ନିଷ୍ପତି କରିଛି। ଫଳରେ ସେହି ଫାଟକରେ ସର୍ବସାଧାରଣ ଯାତାୟତ ବନ୍ଦ ହୋଇଯିବ। ସେଥିପାଇଁ ଦୀପାଳି ଏହା ବିରୋଧରେ ସ୍ବର ଉତ୍ତୋଳନ କରିଛନ୍ତି।

Share This Article