ବିଶ୍ଵବ୍ୟାଙ୍କ ପ୍ରତିନିଧିଙ୍କ ଉପମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତକାର ଓ ଆଲୋଚନା

Odisha Hot News
1 Min Read

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ବିଶ୍ୱବ୍ୟାଙ୍କ ପ୍ରତିନିଧି ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ ସହ ଆଲୋଚନା କରିଛନ୍ତି।

ଆଲୋଚନାବେଳେ ସେ ଓଡ଼ିଶାର ଭୌଗୋଳିକ ସ୍ଥିତି, ଜଳବାୟୁ, ମୃତ୍ତିକା ସରଂକ୍ଷଣ ଓ ପରିବେଶ ଅନୁକୂଳ ଜୈବିକ ଚାଷକୁ ନେଇ ପ୍ରଶଂସା କରିଥିଲେ। ଏହାଛଡ଼ା ଆଲୋଚନା ବେଳେ ରିୱାର୍ଡ (REWRD) ଯୋଜନା ଅଧୀନରେ ଜଳାଶୟ ଖନନ ପ୍ରସଙ୍ଗରେ ମଧ୍ୟ ଓଡିଶାକୁ ପ୍ରଶଂସା କରିଥିଲେ। ବିଶ୍ଵବ୍ୟାଙ୍କ ବିଗତ ବର୍ଷ ମାନଙ୍କରେ ଓଡ଼ିଶାରେ କୃଷି କ୍ଷେତ୍ରକୁ ପ୍ରାଧାନ୍ୟ ଦେଇ ଆସିଛି। ଏବଂ ଏହି ସହଭାଗିତା ଆଗକୁ ମଧ୍ୟ ଜାରି ରହିବ । ଓଡ଼ିଶାର ପାରମ୍ପରିକ ଚାଷ ପଦ୍ଧତି ଓ ବିହନ ସରଂକ୍ଷଣ ଆଗାମୀ ଦିନରେ କୃଷି କ୍ଷେତ୍ରକୁ ଆହୁରି ସଶକ୍ତ ତଥା ବିଶ୍ୱରେ ଅଗ୍ରଣୀ ଦେଶ ରୂପେ ପରିଚିତ କରାଇବ। ଅଧିକରୁ ଅଧିକ ମହିଳା କୃଷି କ୍ଷେତ୍ରରେ ନିଜର କ୍ୟାରିଅର ଗଢ଼ିବା ପାଇଁ ଆହ୍ଵାନ ଦେଇଥିଲେ।

ଆଲୋଚନାରେ ମୃତ୍ତିକା ସରଂକ୍ଷଣ ଓ ଉଦ୍ୟାନ କୃଷି ନିର୍ଦେଶକ ଶ୍ରୀ ନିଖିଲ ପୱନ କଲ୍ୟାଣ, ବିଶ୍ଵବ୍ୟାଙ୍କ ପ୍ରତିନିଧି ପ୍ରୀତି କୁମାର, ଏସସି ରାଜଶେଖର, ଏମ୍ ଭେଙ୍କଟ ରମଣ, ମାନବିନ୍ଦର ଏମ୍ ପ୍ରମୁଖ ଉପସ୍ଥିତ ଥିଲେ ।

Share This Article