ହାରିଗଲେ ସିନା, ହେଲେ ଲୋକଙ୍କ ସହିତ ସଂପର୍କକୁ ବଜାଇ ରଖିଛନ୍ତି ଦୀପାଳି ଦାସ

Odisha Hot News
1 Min Read

ଭୁବନେଶ୍ବର: ସେ ଏଥର ନିର୍ବାଚନରେ ହାରିଗଲେ। ହେଲେ ଲୋକଙ୍କ ସହିତ ପୂର୍ବପରି ସଂପର୍କ ରଖିବା ସହିତ ସମସ୍ତ ସାହାଯ୍ୟ ମଧ୍ୟ କରୁଛନ୍ତି। ସେ ହେଉଛନ୍ତି ଝାରସୁଗୁଡାର ପୂର୍ବତନ ବିଧାୟକ ଦୀପାଳି ଦାସ। ବାପା ନବ ଦାସଙ୍କ ପରଲୋକ ପରେ ସେ ରାଜନୀତିରେ ଗୋଡଥାପିଲେ, ଆଉ ଉପନିର୍ବାଚନରେ ବିପୁଳ ଭୋଟରେ ବିଜୟଲାଭ କରି ବିଧାୟିକା ହୋଇଥିଲେ।

କିନ୍ତୁ ଏଥର ନିର୍ବାଚନରେ ଭାଗ୍ୟ ତାଙ୍କର ସାଥ ଦେଲା ନାହିଁ। ସେ ବିଧାୟିକା ହୋଇପାରିଲେ ନାହିଁ, ହେଲେ ପୂର୍ବପରି ଲୋକ ସଂପର୍କ ଜାରୀ ରଖିଛନ୍ତି। ଗତ ଶୁକ୍ରବାର ଦିନ ଦୀପାଳି ଝାରସୁଗୁଡ଼ା ବିଟିଏମ୍ ଛକରେ ବିଜୁ ଜନତା ଦଳର କର୍ମୀମାନଙ୍କ ସହିତ ଚାହାପାନ ଆସରରେ ସାମିଲ ହୋଇଥିଲେ।

ସେହିପରି ସେ କର୍ମିଙ୍କ ବାପାଙ୍କ ଶ୍ରାଦ୍ଧ ହେଉ କିମ୍ବା ଦଶାହ, ଦୀପାଳି ନିଶ୍ଚିତ ସେଠାରେ ହାଜର ହୁଅନ୍ତି। ଏପରିକି ସେ କ୍ଷମତାରେ ନ ଥିଲେ ମଧ୍ୟ ନିକଟରେ ହୋଇଥିବା ସ୍ବାୟତ ଶାସନ ଦିବସରେ ଝାରସୁଗୁଡା ପୌର ପରିଷଦ ତାଙ୍କୁ ଅତିଥୀ ଭାବେ ନିମନ୍ତ୍ରଣ କରିଥିଲା। ସେ କ୍ଷମତାରେ ଥାଆନ୍ତୁ କି ନାହିଁ, ଦୀପାଳି ତାଙ୍କର ଲୋକ ସଂପର୍କକୁ ସୁଦୃଢ କରିବାରେ ଲାଗିଛନ୍ତି।

Share This Article