ବାଲୁଗାଁ ଆରପିଏଫ ର ଖଲ୍ଲିକୋଟ ଷ୍ଟେସନରେ ଚଢାଉ, ଦୁଇ ମୋବାଇଲ ଲୁଟେରାଙ୍କୁ ଗିରଫ

Odisha Hot News
1 Min Read

ବାଲୁଗାଁ( ସୀତାରାମ ଅଗ୍ରୱାଲ): ବୁଧବାର ମଧ୍ୟରାତ୍ରିରେ ବାଲୁଗାଁ ଆରପିଏଫ ଆଇଆଇସି ଜିତେନ୍ଦ୍ର ମୌର୍ଯ୍ୟଙ୍କ ନେତୃତ୍ୱରେ ଏକ ଟିମ ଖଲିକୋଟ ରେଳ ଷ୍ଟେସନ ପରିସରରେ ଚଢ଼ାଉ କରିଥିଲେ। ପାଖପାଖି ରାତି 3.10 ସମୟରେ ଉକ୍ତ ଟିମ ଦୁଇ ସଂନ୍ଦିଗ୍ଧଙ୍କୁ ଖଲିକୋଟ ରେଳ ଷ୍ଟେସନରୁ କାବୁ କରିଥିଲେ।

ଉକ୍ତ ସଂନ୍ଦିଗ୍ଧ ଇଷ୍ଟ କୋଷ୍ଟ ଏକ୍ସପ୍ରେସରୁ ଖଲିକୋଟ ଷ୍ଟେସନରେ ଓଲ୍ହାଇବା ବେଳେ ଧରା ପଡ଼ିଥିଲେ। ସେମାନଙ୍କ ତଲାସି ନିଆଯିବାରୁ ଉଭୟଙ୍କ ନିକଟରୁ 4 ଗୋଟି ଚୋରା ମୋବାଇଲ ଜବତ ହୋଇଛି।

ଅଭିଯୁକ୍ତ ଦ୍ବୟ ହେଲେ ଖଲିକୋଟ ଥାନା ଅଞ୍ଚଳର ଜଗନ୍ନାଥ ମଲିକ(32) ଏବଂ ଭାଗବତ ଦାସ(22)। ଚୋରା ମୋବାଇଲ ଫୋନ ଗୁଡିକର ଆନୁମାନିକ ମୂଲ୍ୟ 35 ହଜାର ଟଙ୍କା ହେବ ବୋଲି ଜଣାପଡିଛି। ଅଭିଯୁକ୍ତ ମାନେ ସାଧାରଣତଃ ରାତ୍ରିକାଳିନ ଟ୍ରେନରେ ପାସେଞ୍ଜର ମାନଙ୍କୁ ଟାର୍ଗେଟ କରୁଥିଲେ।

ରାତିରେ ପାସେଞ୍ଜର ମାନେ ମୋବଇଲକୁ ଚାର୍ଜ ପାଇଁ ବସାଇ ଶୋଇପଡ଼ିଲା ବେଳେ ଉକ୍ତ ଅଭିଯୁକ୍ତ ମାନେ ଫୋନ ଚୋରି କରି ନେଉଥିଲେ ବୋଲି ବାଲୁଗାଁ ଆରପିଏଫ ଆଇଆଇସି ଶ୍ରୀ ମୌର୍ଯ୍ୟ ସୂଚନା ଦେଇଛନ୍ତି।

ଏହି ପରିପ୍ରେକ୍ଷୀରେ ଅଭିଯୁକ୍ତଙ୍କ ବିରୋଧରେ ବ୍ରହ୍ମପୁର ଜିଆରପି ଷ୍ଟେସନରେ କେସ ନମ୍ବର 94/24 ରେ ଏକ ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଛି।

Share This Article