ବିଧାନସଭାରେ ଅରୁଣ ସାହୁଙ୍କ ପ୍ରଶ୍ନର ଉତ୍ତର ଏକ ମଜାଳିଆ ଢଙ୍ଗରେ ଦେଲେ ମନ୍ତ୍ରୀ ସୁରେଶ ପୂଜାରୀ

Odisha Hot News
1 Min Read

ଭୁବନେଶ୍ବର: ଆଜି ବିଧାନସଭାରେ ରାଜସ୍ବ ବିଭାଗର ପ୍ରଶ୍ନଉତ୍ତର କାର୍ଯ୍ୟକ୍ରମ ରହିଥିଲା। ଏଥିରେ ଉତ୍ତର ରଖୁଥିଲେ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁରେଶ ପୂଜାରୀ। ତେବେ ବିଜେଡି ବିଧାୟକ ଅରୁଣ ସାହୁଙ୍କ ଏକ ପ୍ରଶ୍ନର ଉତ୍ତରକୁ ବେଶ ମଜାଳିଆ ଢଙ୍ଗରେ ଦେଇଛନ୍ତି ପୂଜାରୀ। ଯାହାକୁ ନେଇ ଗୃହରେ ବିଜେପି ବିଧାୟକମାନେ ହସରେ ଲୋଟିପଡିଲେ।

ଅରୁଣ ସାହୁ ପଚାରିଥିଲେ ଯେ, ୬,୮୦୦ ପଞ୍ଚାୟତରେ ଯେଉଁ ଆରଆଇ, ଏଆରଆଇ ଏବଂ ଅମିନ ପଦବୀ ଖାଲି ଅଛି , ତାକୁ ପୁରଣ କରିବେ କି? ଏତେ ସଂଖ୍ୟାରେ ଯେଉଁ ପଦବୀ ଖାଲି ଅଛି ତାହା କେବେ ସୁଦ୍ଧା ପୂରଣ ହେବ। ବର୍ତ୍ତମାନ ଯେପରି ଜନସଂଖ୍ୟା ବଢିଛି ସେଥିରେ ନୂଆ ଆରଆଇ, ଏଆରଆଇ ଓ ଅମିନ ପାଇଁ ନୂଆ ପଦବୀ ସୃଷ୍ଟି କରାଯାଇପାରିବ କି ବୋଲି ଅରୁଣ ପଚାରିଥିଲେ।

ଏହା ଉତ୍ତରରେ ରାଜସ୍ବମନ୍ତ୍ରୀ କହିଥିଲେ ଯେ, ଆମେ ମଧ୍ୟ ଆଶ୍ଚର୍ଯ୍ୟ ହେଉଛୁ ଯେ, ଏତେ ସଂଖ୍ୟାରେ ଆରଆଇ ଅମିନ ପଦବୀ କାହିଁକି ଖାଲି ରହିଲା। ବାଚସ୍ପତି ମ୍ୟାଡମ ଏହି ପଦବୀ ଖାଲିର ସ୍ରଷ୍ଟା ମୁଁ ନୁହେଁ। ମୋତେ ପୂର୍ବ ସରକାରଙ୍କଠାରୁ ଉତ୍ତରାଧିକାରୀ ଭାବେ ଏହା ମିଳିଛି। ଏହା କହିବା ପରେ ଗୃହରେ ବିଜେପି ବିଧାୟକମାନେ ବେଶ ହାସ୍ୟରୋଳ ପ୍ରକାଶ କରିଥିଲେ।

Share This Article