ବେଆଇନ ଶାଗୁଆନ କାଠ ଜବତ

Odisha Hot News
1 Min Read

ରଣପୁର: ରଣପୁର ଜଙ୍ଗଲ ବିଭାଗ ଦ୍ୱାରା ବେଆଇନ ଶାଗୁଆନ କାଠ ଜବତ ହୋଇଥିବା ଜଣାପଡିଛି। ବିଶେଷ ସୂତ୍ରରୁ ଖବର ପାଇ ରଣପୁର ଜଙ୍ଗଲ ବିଭାଗ ଚଢ଼ାଉ କରିଥିଲେ।

ଖବର ଅନୁଯାୟୀ ବିଶେଷ ସୂତ୍ରରୁ ଖବର ପାଇବା ପରେ ଫରେଷ୍ଟର ରଂଜିତ ବେହେରା ଟିମ ସହ ଘଟଣା ସ୍ଥଳରେ ପହଂଚିଥିଲେ। ଖବର ଅନୁଯାୟୀ ରଣପୁର ବ୍ଲକ ସୁର୍କାବାଡି ଗ୍ରାମର ଗାଁ ମୁଣ୍ଡ କୋଠଘର ପାଖାପାଖି ଏକ ଜାଗାରେ ଶାଗୁଆନ କାଠ ଗଦା ହୋଇଥିବା ଦେଖିବାକୁ ମିଳିଥିଲା। ଏହି ଖବର ପାଇବା ପରେ ଫରେଷ୍ଟର ସେଠାରେ ପହଂଚି କାଠ ଜବତ କରିଥିଲେ। ଏହି କାଠ କାହାର ବୋଲି ଜଣାପଡି ନାହିଁ। ଏହି କାଠର ଆନୁମାନିକ ମୂଲ୍ୟ ୩୦ ହଜାର ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଜଣାପଡିଛି।

Share This Article