କୃଷିମନ୍ତ୍ରୀଙ୍କ ଘୋଷଣା: ରାଜ୍ୟରେ ଲାଗୁ ହେବ ସିଏମ କିଶାନ ଯୋଜନା, ଜାଣନ୍ତୁ କେମିତି କରିବେ ଆବେଦନ

Odisha Hot News
1 Min Read

ଭୁବନେଶ୍ବର: ରାଜ୍ୟରେ ଖୁବ ଶିଘ୍ର ଲାଗୁ ହେବ ସିଏମ କିଶାନ ଯୋଜନା। ବିଜେଡି ସରକାର ଅମଳରେ ଚାଲିଥିବା କାଳିଆ ଯୋଜନାର ଏହା ହେଉଛି ଏକ ନୂଆ ନାମ। ଏହି ଯୋଜନାରେ ବର୍ଷକୁ ୨ଟି କିସ୍ତିରେ ମିଳିବ ଦୁଇ ହଜାର ଲେଖାଏଁ ୪ ହଜାର ଟଙ୍କା। ଭୂମିହୀନ ଚାଷୀଙ୍କୁ ୩ଟି କିସ୍ତିରେ ମିଳିବ ୧୨,୫୦୦ ଟଙ୍କା। ଏ ନେଇ ସୂଚନା ଦେଇଛନ୍ତି କୃଷି ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ।

ସେ କହିଛନ୍ତି ଯେ, ଏହି ଯୋଜନାରେ ଯେଉଁମାନେ ପିଏମ କିଶାନ ଯୋଜନାରେ ସହାୟତା ପାଉଛନ୍ତି ସେମାନେ ମଧ୍ୟ ସାମିଲ ହୋଇପାରିବେ। ତେବେ ନୂଆ ଚାଷିମାନେ ସିଏମ କିଶାନ ପୋର୍ଟାଲ ମାଧ୍ୟମରେ ଆବେଦନ କରିପାରିବେ ବୋଲି କନକବର୍ଦ୍ଧନ କହିଛନ୍ତି।

 

Share This Article