ଭୁବନେଶ୍ବର ବିମାନ ବନ୍ଦରରୁ ଜବତ ୮୭ କେଜି ସୁନା ଏବଂ ୨୦୦ କେଜି ରୂପା କାହାର??

Odisha Hot News
1 Min Read

ଭୁବନେଶ୍ବର: ଆଶ୍ଚର୍ଯ୍ୟଜନକ ଭାବେ ସୋମବାର ଦିନ ଭୁବନେଶ୍ବର ବିମାନ ବନ୍ଦରରୁ ୮୭ କେଜି ସୁନା ଏବଂ ୨୦୦ କେଜି ରୂପା ଜବତ କରାଯାଇଛି।ଏ ସବୁ ଏକ ଟଙ୍କା ବୁହା ଗାଡିରେ ଯାଉଥିବା ବେଳେ ରାସ୍ତାରେ ଧରିଛି ଜିଏସଟି ଟିମ।

ଗାଡିକୁ ଅଟକାଇ ଚେକିଂ କରିବା ପରେ ଏତେ ପରିମାଣର ସୁନାରୂପା ମିଳିବା ସମସ୍ତଙ୍କୁ ଆଶ୍ଚର‌୍ୟ୍ୟ କରିଦେଇଛି। ତେବେ ଏହା କେଉଁଠୁ ଆସିଲା ଏବଂ ଏହାକୁ କିଏ ନେଉଥିଲା ତାହାର ଅନୁଧ୍ୟାନ କରାଯାଉଛି।

ଘଟଣାରୁ ଜଣାପଡିଛି ଯେ, ମୁମ୍ବାଇରୁ ଭୁବନେଶ୍ବର ଆସୁଥିବା ବିମାନରେ ବହୁ ପରିମାଣର ସୁନାରୂପା ପରିବହନ ହେଉଛି ବୋଲି ଜିଏସଟିକୁ ଖବର ଆସିଲା। ସେହି ଅନୁସାରେ ସେହି ବିମାନକୁ ଛକି ରହିଲେ ଜିଏସଟି ଟିମ। ବିମାନରୁ ସୁନାରୂପା ଏକ ଟଙ୍କାବୁହା ଗାଡିରେ ଲଦାହୋଇ ଆସିବା ବେଳେ ଜିଏସଟି ଟିମ ଧରିଥିଲେ।

ଏସବୁର ମୂଲ୍ୟ ପ୍ରାୟ ୬୦ କୋଟି ହେବ ବୋଲି ଅନୁମାନ କରାଯାଇଛି।  ତେବେ ଏତେ ପରିମାଣର ମୂଲ୍ୟବାନ ଧାତୁ ବିମାନରେ ଆସିବା ଏବଂ ସୁରକ୍ଷିତ ଭାବେ ଗାଡିରେ ଲଦା ହେବାକୁ ନେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।

Share This Article