ଆଜି ଓଡିଶା ଆସୁଛନ୍ତି ଇଡି ନିର୍ଦ୍ଦେଶକ ନବୀନ ରାହୁଳ, ଜାଣନ୍ତୁ କେତେବେଳେ ଏବଂ କାହିଁକି

Odisha Hot News
1 Min Read

ଭୁବନେଶ୍ବର: ଆଜିଠାରୁ ତିନିଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡିର ନିର୍ଦ୍ଦେଶକ ରାହୁଳ ନବୀନ। ସେ ଆଜି ସଂଧ୍ୟାରେ ଭୁବନେଶ୍ବର ବିମାନ ବନ୍ଦରରେ ପହଁଚିବା ପରେ ସିଧା ପୁରୀ ଯିବେ। ତେବେ ତାଙ୍କ ଗସ୍ତ କଥା ଜଣାପଡିବା ପରେ ଓଡିଶାର ବିଭିନ୍ନ ମହଲରେ ଛନକା ପଶିଯାଇଛି।

ତେବେ ବିଶେଷ ସୁତ୍ରରୁ ଜଣାପଡିଛି ଯେ, ସେ ଆଜି ସଂଧ୍ୟାରେ ଆଜି ପୁରୀଯିବେ। ସେଠାରେ ସେ ରାତ୍ରୀଯାପନ କରିବେ। ବୁଧବାର ଦିନ ସକାଳୁ ସେ ଜଗନ୍ନାଥ ଦର୍ଶନ କରିବେ। ଏହାପରେ ସେ କଟକ ଯିବେ। ସେଠାରେ କଳାଧନ ଉପରେ ଜଷ୍ଟିସ ଅରଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକରେ ଯୋଗଦେବେ।

ସେ ଗସ୍ତର ଶେଷ ଦିନରେ ଭୁବନେଶ୍ବର ଇଡି ଅଫିସରେ ଅଧିକାରୀଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଯାହାକୁ ନେଇ ବିଭିନ୍ନ ମହଲ ବ୍ୟକ୍ତି ବିଶେଷ ଆତଙ୍କିତ ହୋଇପଡିଛନ୍ତି।

Share This Article