ସାବଧାନ, କିଛିଦିନ ପାଇଁ ଚିକେନ ନ ଖାଇବାକୁ ସଜାଗ କରାଇଲା ଓଡିଶା ସ୍ବାସ୍ଥ୍ୟ ବିଭାଗ

Odisha Hot News
1 Min Read

ଭୁବନେଶ୍ବର: କିଛିଦିନ ପାଇଁ ଚିକେନ ନ ଖାଇବାକୁ ଆଜି ପରାମର୍ଶ ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ। ଚିକେନ୍ ନଖାଇବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ଡାକ୍ତର ବିଜୟ କୁମାର ମହାପାତ୍ର ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନ ରାଜ୍ୟର କେତେକ ସ୍ଥାନରେ ବାର୍ଡ ଫ୍ଲୁ ହେବାର ପ୍ରମାଣ ମିଳିଛି। ତାହାକୁ ନିୟନ୍ତ୍ରଣ ପାଇଁ ଭେଟନାରୀ ବିଭାଗ ତରଫରୁ ପଦକ୍ଷେପ ନିଆଯାଉଛି। ସେଥିପାଇଁ କିଛିଦିନ ଧରି ଚିକେନ ନ ଖାଇଲେ ଭଲ ବୋଲି ଡକ୍ଟର ମହାପାତ୍ର କହିଛନ୍ତି।

ସେ କହିଛନ୍ତି ଯେ, ବର୍ତ୍ତମାନ ଯେଉଁ ଲୋକମାନଙ୍କ ଜ୍ବର ଲକ୍ଷଣ ଦେଖାଯାଉଛି ସେମାନଙ୍କୁ ଅବଜରଭେସନରେ ରଖାଯାଇଛି। ବାର୍ଡ ଫ୍ଲୁ ପାଇଁ ଯାହାକିଛି ଔଷଧ ଦରକାର ତାହା ବର୍ତ୍ତମାନ ରାଜ୍ୟରେ ମହଜୁଦ ରହିଛି। ସେଥିପାଇଁ କୌଣସି ଭୟଭୀତ ହେବାର ନାହିଁ। ବର୍ତ୍ତମାନ କୌଣସି ଉଦବେଗ ଜନିତ ପରିସ୍ଥିତି ନାହିଁ।

Share This Article