ଭୁବନେଶ୍ବରରେ ଓଡିଶା କଂଗ୍ରେସର ବିଶାଳ ରାଲି, ଇଡି ଅଫିସ ଘେରାଉ, ପୋଲିସ ସହିତ ଧସ୍ତାଧସ୍ତି

Odisha Hot News
1 Min Read

ଭୁବନେଶ୍ବର: ଇଡିର ମନମୁଖୀ କାର୍ଯ୍ୟକଳାପ ବିରୋଧରେ ଗୁରୁବାର ଦିନ ଓଡିଶା ପ୍ରଦେଶ କଂଗ୍ରେସ ବିଶାଲ ରାଲିର ଆୟୋଜନ କରିଥିଲା। ଏଥିରେ ଦଳର କର୍ମିମାନେ ଭୁବନେଶ୍ବର ଇଡି ଅଫିସ ଘେରାଉ କରିବା ସହିତ ଗର୍ଜନ ସଭାର ଆୟୋଜନ କରିଥିଲେ। ମୁଖ୍ୟତଃ ହିଡେନବର୍ଗ ରିପୋର୍ଟରେ ଥିବା ସେବିର ମୁଖ୍ୟ ଏବଂ ଆଦାନୀଙ୍କ ମଧୁଚନ୍ଦ୍ରିକାକୁ ନେଇ କଂଗ୍ରେସ ଏହି ବିକ୍ଷୋଭ କରିଛି।

କଂଗ୍ରେସର ବରିଷ୍ଠ ନେତା ମହମ୍ମଦ ମୋକିମଙ୍କ ନେତୃତ୍ବରେ କଂଗ୍ରେସ କର୍ମିମାନେ ଏକ ରାଲିରେ ବାହାରିଥିଲେ। ରାସ୍ତାରେ ପୋଲିସ ସେମାନଙ୍କୁ ଅଟକାଇବା ସହିତ ଆଗକୁ ଯିବାକୁ ଦେଇ ନ ଥିଲା। ଫଳରେ ପୋଲିସ ଏବଂ କଂଗ୍ରେସ କର୍ମିଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏହି ବିକ୍ଷୋଭରେ ଓଡିଶା କଂଗ୍ରେସ ପ୍ରଭାରୀ ଅଜୟକୁମାର ସହିତ ବହୁ ବରିଷ୍ଠ କଂଗ୍ରେସ ନେତା ଯୋଗଦେଥିଲେ।

Share This Article