ପ୍ରଖର ଜଳସ୍ରୋତରେ ଭାସି ବାଳକର ମୃତ୍ୟୁ

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗତକାଲି ସନ୍ଧ୍ୟାରେ ପ୍ରବଳ ବର୍ଷାରେ ରେଶମ ନଗରୀ ବ୍ରହ୍ମପୁର ସହରରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି। ଏହି ଭଳି ପରିସ୍ଥିତିରେ ବ୍ରହ୍ମପୁର ସହର ହରିଡ଼ାଖଣ୍ଡି ଲକ୍ଷ୍ମୀ ନୃସିଂହ ସାହିର ସାଇ ରାମ୍ ପାତ୍ର ନାମକ ଜଣେ ୧୨ ବର୍ଷର ବାଳକ ଟିଉସନ୍ ରୁ ଘରକୁ ଫେରୁଥିବା ବେଳେ ବର୍ଷା ପାଣିରେ ଖାଲ ନଜାଣି ସାଇକେଲ ସହ ପ୍ରଖର ଜଳସ୍ରୋତରେ ପଡ଼ି ଭାସି ଯାଇଥିଲା।

ଏତିକି ବେଳେ ଜଣେ ଲୋକ ଦେଖି ଜଣାଇବା ପରେ ଅଞ୍ଚଳବାସୀ ଖୋଜାଖୋଜି କରିବା ସହ ପୋଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଯାହା ଫଳରେ ବହୁ ସମୟ ଖୋଜିବା ପରେ ନିଖୋଜ ବାଳକର ମୃତଦେହକୁ ଘଟଣାସ୍ଥଳରୁ ବହୁ ଦୂରରୁ ସନ୍ଧାନ ପାଇଥିଲେ।

ଉକ୍ତ ଉଦ୍ଧାର କାର୍ଯ୍ୟ ସମୟରେ ବ୍ରହ୍ମପୁର ପୌର ନିଗମ ଆୟୁକ୍ତ ଭବାନୀ ଶଙ୍କର ମିଶ୍ର ଓ ଡେପୁଟି ମେୟର ବିବେକ ରେଡ଼ି ଙ୍କ ସମେତ ବହୁ ସରକାରୀ କର୍ମଚାରୀ ଉପସ୍ଥିତ ଥିଲେ।

Share This Article