ରାଜନୈତିକ ସସପେନସ୍, ରାଜ୍ୟସଭା ପାଇଁ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ

Odisha Hot News
2 Min Read

ଭୁବନେଶ୍ବର: ଆଜି ଏକ ଆଶ୍ଚର୍ଯ୍ୟଜନକ ପରିସ୍ଥିତିରେ ବିଜେପିର ଟାଣୁଆ ନେତା ଜଗନ୍ନାଥ ପ୍ରଧାନ ରାଜ୍ୟସଭା ପାଇଁ ନାମାଙ୍କନ ଭରିଛନ୍ତି। ପୂର୍ବାହ୍ନରେ ବିଜେପି ପ୍ରାର୍ଥୀ ଭାବେ ମମତା ମହାନ୍ତ ଏବଂ ଅପରାହ୍ନରେ ଜଗନ୍ନାଥ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏହାକୁ ନେଇ ବର୍ତ୍ତମାନ ରାଜନୈତିକ ସସପେନସ ଲାଗିରହିଛି।

ତେବେ ସବୁଠାରୁ ବଡ ଆଶ୍ଚର୍ଯ୍ୟର କଥା ହେଲା ଯେ, ଜଗନ୍ନାଥଙ୍କ ପ୍ରାର୍ଥୀ ପତ୍ରରେ 10 ଜଣ ବିଜେପି ବିଧାୟକ ପ୍ରସ୍ତାବକ ଅଛନ୍ତି। ସୂଚନା ଅନୁସାରେ ଅଗସ୍ତି ବେହେରା ପ୍ରଥମ ପ୍ରସ୍ତାବକ ପଡ଼ିଥିବା ବେଳେ ଦୁର୍ଗା ପ୍ରସାଦ ନାୟକ, ଦୁଷ୍ମନ୍ତ ସ୍ୱାଇଁ, ମନୋରଞ୍ଜନ ଡ୍ୟାନ ସାମନ୍ତରାୟ, ଲକ୍ଷ୍ମଣ ବାଗ ପ୍ରସ୍ତାବକ ପଡ଼ିଛନ୍ତି।

ତେବେ ଏହାକୁ ନେଇ ବିଭିନ୍ନ ପ୍ରଶ୍ନ ଉଠିବାରେ ଲାଗିଛି। ତାହା ହେଲା କଣ ମମତା ମହାନ୍ତଙ୍କୁ ବଳି ପକାଯିବ କି? ଟିକେଟ ଦେବା କହି ତାଙ୍କୁ ବଳି ପକାଇଦେ କି? ଅନ୍ୟ ଏକ ପ୍ରଶ୍ନ ଉଠିଛି ଯେ, ବିଜେପି କଣ ଦୁଇ ଭାଗ ହୋଇଯାଇଛି କି ? କାରଣ ଦଳୀୟ ପ୍ରାର୍ଥୀ ହିସାବରେ ମମତାଙ୍କ ନାମ ଘୋଷଣା ପରେ ସବୁ ବିଧାୟକ ତାଙ୍କୁ ସମର୍ଥନ କରିବା କଥା। ହେଲେ ଭୋଟ ଦେବା ଦୂରେଥାଉ, 10 ଜଣ ବିଧାୟକ କିପରି ତାଙ୍କର ପ୍ରସ୍ତାବକ ହେଲେ ସେ ନେଇ ପ୍ରଶ୍ନ ଉଠିଛି।

ଅନ୍ୟପକ୍ଷରେ ଜଗନ୍ନାଥଙ୍କ ନାମାଙ୍କନକୁ ନେଇ ଆଉ ଏକ ସନ୍ଦେହ ସୃଷ୍ଟି ହୋଇଛି। ତାହା ହେଲା ଯେ, ମମତାଙ୍କ ନାମାଙ୍କନରେ କୌଣସି ଭୁଲ ହେବ କି। ଯଦି ଭୁଲ ହୋଇଯାଏ ତେବେ ଜଗନ୍ନାଥଙ୍କ ପ୍ରାର୍ଥୀପତ୍ର କାୟମ ରହିବ। ତେଣୁ ସେ ନେଇ ତାଙ୍କୁ ପ୍ରାର୍ଥୀ କରାଯାଇଛି ନା ଜାଣିଶୁଣି ଭୁଲ କରି ଜଗନ୍ନାଥଙ୍କୁ ରାଜ୍ୟସଭା ପଠାଯିବ ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।

ତେବେ ଏ ନେଇ ନା ଜଗନ୍ନାଥ କିଛି କହିଛନ୍ତି ନା ଦଳ ତରଫରୁ କୌଣସି ଉତ୍ତର ଦିଆଯାଇଛି। ହେଲେ ରାଜନୈତିକ ସ୍ତରରେ ଏହାକୁ ନେଇ ବେଶ ଚର୍ଚ୍ଚା ସୃଷ୍ଟି କରିଛି।

Share This Article