ଋଣ ଭାରରେ ଅସହ୍ୟ ହୋଇ ଆତ୍ମହତ୍ୟା କଲେ ଯୁବ ବ୍ୟବସାୟୀ: ପୋଲିସ ଜବତ କଲା ହାତଲେଖା ଚିଠି

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଋଣ ଭାରରେ ଅସହ୍ୟ ହୋଇ ଆଉ ଜଣେ ଯୁବ ବ୍ୟବସାୟୀ ଆତ୍ମହତ୍ୟା କରିଛନ୍ତି। ମୃତ୍ୟୁ ପୂର୍ବରୁ ଯୁବ ବ୍ୟବସାୟୀଜନକ ଆତ୍ମହତ୍ୟାର କାରଣ ଉଲ୍ଲେଖ କରିଛନ୍ତି। ପୋଲିସ ତାଙ୍କର ଆତ୍ମହତ୍ୟା ନୋଟ ଜବତ କରିଥିବା ଜଣାପଡିଛି।

ସୂଚନା ଅନୁଯାୟୀ, ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ କୁଠାରୀ ମନ୍ଦିର ସାହିର ମନୋଜ କୁମାର ପାତ୍ର ନାମକ ଜଣେ ଯୁବକ ନିଜର ପାଣି ବଟଲିଂ କାରଖାନାରେ ବେକରେ ଦଉଡ଼ି ଗୁଡାଇ ଆତ୍ମହତ୍ୟା କରିଛନ୍ତି। ଖବର ପାଇ ପୋଲିସ ଓ ପରିବାର ଲୋକେ ସିଲିଂ ଫ୍ୟାନରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରିଛି। ଏହି ଘଟଣାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହକୁ ପୋଲିସ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।

ଋଣ ସୁଝି ନପାରି ଆତ୍ମହତ୍ୟା କରିଥିବା ମୃତ ଯୁବକଙ୍କ ଏକ ହାତଲେଖା ଚିଠି ପୋଲିସ ଘଟଣାସ୍ଥଳରୁ ଉଦ୍ଧାର କରିଛି ଓ ଭାବବିହ୍ୱଳ ଭାଷାରେ ତାଙ୍କର ମୃତ୍ୟୁ ପାଇଁ ସେ ନିଜେ ଦାୟୀ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି।

ଋଣ ପରିଶୋଧ ନକରି ଏହିଭଳି ପଦକ୍ଷେପ ନେବାପାଇଁ ବାଧ୍ୟ ହେଲି ବୋଲି ଲେଖିବା ସହ ଏହି ଘଟଣାରେ ପରିବାର ଲୋକେ ଦାୟୀ ନୁହନ୍ତି ବୋଲି ସେ କହିଛନ୍ତି। ମୋ ପରେ ମୋର ପରିବାର ଲୋକଙ୍କୁ ପ୍ରଶାସନ ସୁରକ୍ଷା ଦେବା ପାଇଁ ସେ ଅନୁରୋଧ କରିଛନ୍ତି।

Share This Article