ଏଣିକି କଲେଜ ନିର୍ବାଚନ ହେବ, ଘୋଷଣା କଲେ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

Odisha Hot News
1 Min Read

ଭୁବନେଶ୍ବର: ଦୀର୍ଘ ବର୍ଷ ଧରି ବନ୍ଦ ରହିଥିବା କଲେଜ ନିର୍ବାଚନ କରାଯିବ। ତେବେ ଚଳିତ ବର୍ଷ ନୁହେଁ ଆସନ୍ତା ବର୍ଷଠାରୁ ଏହା ନିୟମିତ କରାଯିବ। ଏହି ଘୋଷଣା କରିଛନ୍ତି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ।ଏ ନେଇ ସରକାରୀ ସ୍ତରରେ ଏକ ପ୍ରକାରର ନିଷ୍ପତି ହୋଇସାରିଛି। ଖୁବ ଶିଘ୍ର ସେ ଉପରେ ଆଲୋଚନା କରାଯାଇ ଘୋଷଣା କରାଯିବ।

ସେ କହିଛନ୍ତି ଯେ, ସାଧାରଣତଃ କଲେଜ ନିର୍ବାଚନ ସେପ୍ଟମ୍ବର ମାସରେ ଅନୁଷ୍ଠିତ ହୋଇଥାଏ। ନିର୍ବାଚନ ସରିବା ପରେ ପୂଜା ଛୁଟି ଘୋଷଣା ହୋଇଯାଏ। ତେବେ ଆମେ ସରକାରକୁ ଆସିବାର ଅଳ୍ପ ଦିନ ହୋଇଛି। ସେପ୍ଟମ୍ବର ମାସ ପାଖେଇଯାଇଥିବାରୁ ସେ ନେଇ ପ୍ରସ୍ତୁତି ହୋଇପାରି ନାହିଁ। ସେଥିପାଇଁ ଚଳିତ ବର୍ଷ କଲେଜ ନିର୍ବାଚନ ନ କରିବାକୁ ନିଷ୍ପତି ହୋଇଛି। ଆସନ୍ତାବର୍ଷ ଠିକ ଏହି ସମୟରେ ନିର୍ବାଚନ ତାରିଖ ଘୋଷଣା ହେବ ବୋଲି ମନ୍ତ୍ରୀ କହିଛନ୍ତି।

Share This Article