ଅଗଷ୍ଟ ୨୨ ତାରିଖରେ ଇଡି ଅଫିସ ଘେରାଉ କରିବ କଂଗ୍ରେସ, ମୋକିମଙ୍କୁ ଦାୟିତ୍ବ

Odisha Hot News
1 Min Read

ଭୁବନେଶ୍ୱର: ଅଖିଳ ଭାରତ କଂଗ୍ରେସ କମିଟି ଆହ୍ୱାନକ୍ରମେ ଦେଶବ୍ୟାପି ଇଡି ଅଫିସ (ପ୍ରବର୍ତନ ନିର୍ଦ୍ଦେଶାଳୟ) ସମ୍ମୁଖରେ ଆସନ୍ତା ୨୨ ତାରିଖ ଗୁରୁବାର ବିକ୍ଷୋଭ କାର୍ଯ୍ୟକ୍ରମ କରାଯିବ। ସେଥିପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଅଗଷ୍ଟ ୨୨ ତାରିଖ ଦିନ ଭୁବନେଶ୍ୱର ନୟାପଲ୍ଲି ସ୍ଥିତ ଇଡି ଅଫିସ (ପ୍ରବର୍ତନ ନିର୍ଦ୍ଦେଶାଳୟ) ସମ୍ମୁଖରେ ବିକ୍ଷୋଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରିବାପାଇଁ ଆଜି ଭୁବନେଶ୍ୱର କଂଗ୍ରେସ ଭବନ ଠାରେ ଏହି କାର୍ଯ୍ୟକ୍ରମର ସଂଯୋଜକ ଭାବେ ନିଯୁକ୍ତି ପାଇଥିବା ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଇଂ ମହମ୍ମଦ ମୋକିମଙ୍କ ଅଧ୍ୟକ୍ଷତାରେ ସମସ୍ତ ଜିଲ୍ଲା କଂଗ୍ରେସ କମିଟି ସଭାପତି ଓ ପିସିସିର ସମସ୍ତ ଛାମୁଆ ସଂଗଠନ ଏବଂ ଅନ୍ୟାନ ସାମ୍ମୁଖ୍ୟ ପୂର୍ବତନ କର୍ମକର୍ତା ମାନଙ୍କର ପୃଥକ ପୃଥକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଏହି ବୈଠକରେ ପୂର୍ବତନ ସଭାପତି ଜୟଦେବ ଜେନା, ଶିବାନନ୍ଦ ରାୟ, ଜିଲ୍ଲା କଂଗ୍ରେସ ସଭାପତି ସର୍ବଶ୍ରୀ ସଂଜୀବ ଗିରି, ହରଦିପ ସିଂ, ବିଶ୍ୱଜିତ ଦାଶ, ରବିନ୍ଦ୍ର କୁମାର ମଲ୍ଲିକ, ସୁରେଶ ମହାପାତ୍ର, ସେମ ହେମ୍ବ୍ରମ, ନଟବର ବାରିକ, ମନୋଜ ରାଉତ, ରାଜୀବ ପଟ୍ଟନାୟକ, ନିରୋଜ ଲୋଚନ ଦାଶ, ଭୁବନ ବିହାରୀ ସାହୁ, ରଣଜିତ ଦାଶ, ଜୟନାରାୟଣ ପଟ୍ଟନାୟକ, ରବି ରାୟ, ଜୟଶଙ୍କର ମିଶ୍ର, ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ, କଂଗ୍ରେସ ନେତା ବିଶ୍ୱଜିତ ଦାଶ, ନିକୁଞ୍ଜ ପଶାୟତ, ସତ୍ୟାନନ୍ଦ ରାଉତ, ଜିଲ୍ଲା ଉପସଭାପତି ସନନ୍ତ କୁମାର ପ୍ରଧାନ, ଜିଲ୍ଲା ସାଧାରଣ ସଂପାଦକ ପ୍ରଶାନ୍ତ ବିଶୋଇ, ପୂର୍ବତନ ପିସିସି ସେବାଦଳ ମୁଖ୍ୟ ଡ. ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ପୂର୍ବତନ ରାଜ୍ୟ ଯୁବ କଂଗ୍ରେସ ସଭାପତି ରଣଜିତ ପାତ୍ର, ପୂର୍ବତନ ପିସିସି ସଂଖ୍ୟାଲଘୁ ବିଭାଗର ଅଧ୍ୟକ୍ଷ ଜିଆଉଲ ହକ ପ୍ରମୁଖ ଉପସ୍ଥିତ ଥିଲେ।

Share This Article