ବ୍ରାଉନ ସୁଗର୍ ଜବତ ଓ ତିନି ଅଭିଯୁକ୍ତ ଗିରଫ

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବଡ଼ବଜାର ଥାନା ଅନ୍ତର୍ଗତ ଶ୍ରୀକ୍ଷେତ୍ର ବିହାର ଛକରେ ବିଭିନ୍ନ ଗାଡ଼ି ଯାଞ୍ଚ କରିବା ବେଳେ ଏକ କାର୍ କୁ ଅଟକାଇ ଯାଞ୍ଚ କରିବା ସମୟରେ କାର୍ ଭିତରୁ ୪୦ ଗ୍ରାମ ବ୍ରାଉନ ସୁଗର ଜବତ ହୋଇଛି। କାର ଜବତ କରିବା ସହ ତିନି ଯୁବକଙ୍କୁ ପୋଲିସ ଅଟକ ରଖିଛି। ଉକ୍ତ ଯୁବକ ମାନଙ୍କୁ ଅବକାରୀ ଆଇନ ଅନୁଯାୟୀ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛନ୍ତି।

ଅଭିଯୁକ୍ତ ଯୁବକ ମାନେ ହେଲେ ଚନ୍ଦନ ସେଠୀ, କିରଣ ଦଳବେହେରା ଓ କାଳୁ ଚରଣ ଭୁୟାଁ। ସେମାନେ ଉକ୍ତ ଧଳା ଜହର ପୋଲସରାରୁ ଆଣି ବ୍ରହ୍ମପୁର ସହର ର ବିଭିନ୍ନ ସ୍ଥାନରେ ବିକ୍ରି କରୁଥିଲେ ବୋଲି ପୋଲିସ ସୁତ୍ରରୁ ଜଣାପଡିଛି।

Share This Article