ଆଇଏନଏସ ଚିଲିକାରେ ନୂତନ କମାଣ୍ଡିଂ ଅଫିସର ଭାବେ ଯୋଗ ଦେଲେ ବି ଦୀପକ ଅନୀଲ

Odisha Hot News
1 Min Read

ଚିଲିକା (ସୀତାରାମ ଅଗ୍ରୱାଲ): ସ୍ୱାଧୀନତା ଦିବସ ଅବସରରେ ଭୀରତୀୟ ନୌସେନାର ପ୍ରଶିକ୍ଷଣ ଅନୁଷ୍ଠାନ ଆଇଏନଏସ ଚିଲିକାରେ ନୂତନ କମାଣ୍ଡିଂ ଅଫିସର ତଥା ଓଡିଶା ଇନଚାର୍ଜ ନାଭାଲ ଅଫିସର ଭାବେ କାର୍ଯ୍ୟରେ ଯୋଗଦେଇଛନ୍ତି ବି ଦୀପକ ଅନୀଲ।  କମୋଡର ବି ଦୀପକ ଅନୀଲ ଏହା ପୂର୍ବରୁ ବିଶାଖାପାଟଣା ସ୍ଥିତ ଇଷ୍ଟର୍ନ ନାଭାଲ କମାଣ୍ଡର ପ୍ଲାନ କମୋଡର ଭାବେ କାର୍ଯ୍ୟ କରୁଥିଲେ।

ତେବେ ପୂର୍ବତନ ଆଇଏନଏସ ଚିଲିକା କମାଣ୍ଡିଂ ଅଫିସର କମୋଡର ଏନ ପି ପ୍ରଦୀପ ଏସଏସବି ଭୋପାଳର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଥିବାରୁ ଗୁରୁବାର ଦିନ କମାଣ୍ଡିଂ ଅଫିସର ବି ଦୀପକ ଅନୀଲଙ୍କୁ ଦାଇତ୍ୱ ହସ୍ତାନ୍ତର କରିଛନ୍ତି।

ଆଇଏନଏସ ଚିଲିକା ପକ୍ଷରୁ କମାଣ୍ଡିଂ ଅଫିସର ଅନୀଲଙ୍କୁ ନୌସେନା ଅଧିକାରୀ ଏବଂ ଯବାନମାନେ ଅଭିବାଦନ ଜଣାଇଥିଲେ। ଆଇଏନଏସ ଚିଲିକାର ଭିତ୍ତିଭୂମି ସୁଦୃଢ କରିବା ତଥା ପ୍ରଶିକ୍ଷାର୍ଥୀ ଯବାନମାନଙ୍କୁ ଉନ୍ନତମାନର ତାଲିମ ପ୍ରଦାନ ଦିଗରେ ଗୁରୁତ୍ୱଦେବା ନେଇ କହିଛନ୍ତି ନୂତନ କମାଣ୍ଡିଂ ଅଫିସର କମୋଡର ବି ଦୀପକ ଅନୀଲ।

Share This Article