କଂଗ୍ରେସ ଛାଡିଲେ ବିଜୟ ପଟ୍ଟନାୟକ, କେଉଁ ଦଳକୁ ଯିବେ ବୋଲି ପଚାରିବାରୁ କହିଲେ…

Odisha Hot News
1 Min Read

ଭୁବନେଶ୍ବର: ଶେଷରେ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ। ସେ ଏକ ମେଲ ଜରୀଆରେ ଏଆଇସିସି ସଭାପତିଙ୍କୁ ତାଙ୍କର ଇସ୍ତଫା ପତ୍ର ପଠାଇଦେଇଛନ୍ତି। ସେ ସମୀକ୍ଷାକୁ କହିଛନ୍ତି ଯେ, ମୋତେ ଦଳ କୈଣସି ଆବଶ୍ୟକତା ମନେ କରୁ ନାହିଁ। ତେଣୁ ଏପରି ଦଳରେ ରହିବା ମଧ୍ୟ କିଛି ଆବଶ୍ୟକ ନାହିଁ ବୋଲି ସେ କହିଛନ୍ତି।

ବିଜୟ ପଟ୍ଟନାୟକ ଗତ ବର୍ଷ ଫେବୃୟାରୀ 23 ତାରିଖରେ କଂଗ୍ରେସରେ ଯୋଗ ଦେଇଥିଲେ। ଏହାପରେ ସେ କଂଗ୍ରେସର ପ୍ରଚାର କମିଟର ଅଧ୍ୟକ୍ଷ ରହିଥିଲେ। ହେଲେ ଏହାପରେ ତାଙ୍କୁ ବାହାର କରି ଦିଆଯାଇଥିଲା। ପରେ ସେ ପାରଳାଖେମୁଣ୍ଡିରୁ କଂଗ୍ରେସର ବିଧାୟକ ପ୍ରାର୍ଥୀ ହୋଇ ହାରିଯାଇଥିଲେ ମଧ୍ୟ ଭଲ ଟକ୍କର ଦେଇଥିଲେ।

ସେହିପରି ନିକଟରେ ଏଆଇସିସି ସମସ୍ତ କମିଟ ଭାଙ୍ଗି ଦେଇ ଏକ ଷ୍ଟିୟରିଂ କମିଟ କରିଛି। ସେଥିରେ କଂଗ୍ରେସର ବରିଷ୍ଠ ନେତାମାନଙ୍କୁ ସଦସ୍ୟ ଭାବେ ଗ୍ରହଣ କରାଯାଇ ନାହିଁ। ବିଜୟ ପଟ୍ଟନାୟକଙ୍କୁ ମଧ୍ୟ ସେହି କମିଟରେ ନିଆଯାଇ ନାହିଁ। ତେବେ ବର୍ତ୍ତମାନ କୌଣସି ଦଳରେ ଯୋଗଦେବାର ନାହିଁ ବୋଲି ସେ କହିଛନ୍ତି। ଲୋକଙ୍କ ସେବା କରିବା ପାଇଁ ରାଜନୀତିକୁ ଆସିଥିଲି। ବର୍ତ୍ତମାନ ରାଜନୀତିରେ ନ ଥିଲେ ମଧ୍ୟ ଲୋକଙ୍କ ସେବା ଜାରୀ ରଖିବି ବୋଲି ବିଜୟ କହିଛନ୍ତି।

Share This Article