ୱାଇ ବି ଖୁରାନିଆ ହେଲେ ଓଡିଶାର ନୂଆ ପୋଲିସ ଡିଜି

Odisha Hot News
1 Min Read

ଭୁବନେଶ୍ବର: ପୂର୍ବରୁ ଯେଉଁ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା ତାହା ସତ ହେଲା। ଶେଷରେ ୱାଇ ବି ଖୁରାନିଆ ହେଲେ ଓଡିଶା ପୋଲିସ ଡିଜି। ଏ ନେଇ ଆଜି ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ତରଫରୁ ସୂଚନା ପ୍ରଦାନ କରାଯାଇଛି। ନିକଟରେ ଖୁରାନିଆ କେନ୍ଦ୍ରୀୟ ଡେପୁଟେସନରୁ ଓଡିଶା ଫେରିଛନ୍ତି। ସେ ଓଡିଶା ଆସିବା ଖବର ପରେ ତାଙ୍କୁ ପୋଲିସ ଡିଜି କରାଯିବ ବୋଲି ଜଣାପଡିଥିଲା।

1990 ବ୍ୟାଚର ଖୁରାନିଆ ପୂର୍ବରୁ ଭୁବନେଶ୍ବର ପୋଲିସ କମିଶନର ଭାବେ କାର୍ଯ୍ୟ କରିଛନ୍ତି। ଏଥିସହିତ ସେ ବିଭିନ୍ନ ଜିଲ୍ଲାରେ ଏସପି ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ସେ କେନ୍ଦ୍ରରେ ବିଏସଏଫରେ ସ୍ବତନ୍ତ୍ର ଡିଜି ଭାବେ କାର୍ଯ୍ୟରତ ଥିଲେ। ବର୍ତ୍ତମାନ ଓଡିଶାର ପୋଲିସ ଡିଜି ଭାବେ ଅରୁଣ ଷଡଙ୍ଗୀ ଦାୟିତ୍ବରେ ଅଛନ୍ତି।

Share This Article