ଗାନ୍ଧୀ ମାର୍ଗରେ ଆୟୋଜିତ ପାରେଡରେ କେଉଁମାନେ ଭାଗ ନେଇଥିଲେ, କିଏ ନେଇଥିଲା ନେତୃତ୍ବ ?

Odisha Hot News
3 Min Read

ଭୁବନେଶ୍ବର: ସ୍ବାଧୀନତା ଦିବସ ଅବସରରେ ଗାନ୍ଧୀମାର୍ଗଠାରେ ଅନୁଷ୍ଠିତ ହୋଇଥିଲା ରାଜ୍ୟସ୍ତରୀୟ ପରେଡ୍‌। ଏଥିରେ ୫୮ ଟି ପ୍ଲାଟୁନ ଅଂଶଗ୍ରହଣ କରିଥିଲେ। ଏହି ପ୍ଲାଟୁନଗୁଡିକ ମଧ୍ୟରେ ୧୨୦ ବାଟାଲିୟନ, ସୀମା ସୁରକ୍ଷା ବଳ, ସିଆରପିଏଫ, ଆଇଟିବିପି, ଏସଓଜି ଚନ୍ଦକା, ଛତିଶଗଡ଼ ସଶସ୍ତ୍ର ପୁଲିସ ବାହିନୀ, ଭୁବନେଶ୍ୱରସ୍ଥିତ ବିଭିନ୍ନ ସ୍କୁଲର ଏନସିସି, ସ୍କାଉଟ ଓ ଗାଇଡ, ରେଡ୍‌କ୍ରସ, ଅଶ୍ୱାରୋହୀ ପ୍ରଭୃତି ଯୋଗଦେଇଥିଲେ । ବଲାଙ୍ଗିରର ଅମି୍ରତ ପାଲ୍‌ କୌର, (ଭାରତୀୟ ପୋଲିସ ସେବା ଅଧିକାରୀ) ପରେଡ୍‌ ପରିଚାଳନା କରିଥିଲେ।

୨୦୨୪ ଜାନୁଆରୀ ୨୬ରେ ଅନୁଷ୍ଠିତ ପରେଡ୍‌ରେ ଭାଗ ନେଇଥିବା ପ୍ଲାଟୁନମାନଙ୍କୁ ମଧ୍ୟରୁ ଶ୍ରେଷ୍ଠ ବିବେଚିତ ହୋଇଥିବା ପ୍ଲାଟୁନମାନଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପୁରସ୍କାର ପ୍ରଦାନ କରିଥିଲେ । ସର୍ବୋତ୍ତମ ୟୁନିଫର୍ମ ସଶସ୍ତ୍ର ବାହିନୀ ପାଇଁ ଏସଓଜି ଚନ୍ଦକା, ଶ୍ରେଷ୍ଠ ରାଜ୍ୟ ପୁଲିସ ଭାବେ ଓଡ଼ିଶା ସ୍ୱିଫଫ ଆକ୍ସନ ଫୋର୍ସକୁ, ଏନସିସିରେ ଶ୍ରେଷ୍ଠ ସିନିୟର ବିଭାଗରେ ଏନସିସି ବାଳକ ଓ ବାଳିକା ପ୍ଲାଟୁନ, ଶ୍ରେଷ୍ଠ କନିଷ୍ଠ ଏନ୍‌ସିସି ବିଭାଗରେ ସୈନିକ ସ୍କୁଲ ଭୁବନେଶ୍ୱର ଓ ଓଡିଏମ୍‌ ପବ୍ଲିକ୍‌ ସ୍କୁଲ, ଭୁବନେଶ୍ୱର, ଶ୍ରେଷ୍ଠ ଅଣ-ଏନ୍‌ସିିସି ସ୍କୁଲରେ ସେଣ୍ଟ ଜାଭିୟର୍‌ ହାଇସ୍କୁଲ ଖଣ୍ଡଗିରି (ବାଳିକା), ଶ୍ରେଷ୍ଠ ସ୍କୁଲ ବ୍ୟାଣ୍ଡରେ କ୍ୟାପିଟାଲ୍‌ ଗାର୍ଲସ୍‌ ହାଇସ୍କୁଲ, ୟୁନିଟ୍‌-୨ ପୁରସ୍କୃତ ହୋଇଥିଲେ।

ସେହିପରି ୨୦୨୪ ଜାନୁଆରୀ ୨୬ରେ ଅନୁଷ୍ଠିତ ସାଧାରଣତନ୍ତ୍ର ଦିବସରେ ଭାଗ ନେଇଥିବା ପ୍ରଜ୍ଞାପନ ମେଢ଼ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାର ‘ନୂଆ ଓଡ଼ିଶା ମିଶନ୍‌ ଓ ସୁଦକ୍ଷା ଯୋଜନା’ ପ୍ରଥମ ପୁରସ୍କାର ପାଇଥିବାବେଳେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗର ‘ପୂଜାସ୍ଥଳୀଗୁଡ଼ିକର ଉନ୍ନତିକରଣ-ଜାହିରା’ ଦ୍ୱିତୀୟ ପୁରସ୍କାର ପାଇଥିଲେ । ସେହିପରି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ‘ଗ୍ରାମୀଣ ରୂପାନ୍ତରଣ’ ତୃତୀୟ ପୁରସ୍କାର ଏବଂ ଓଡ଼ିଶା ଖଣି ନିଗମ ‘ସଷ୍ଟେନେବୁଲ୍‌ ମାଇନିଂ’ ପାଇଁ ଚତୁର୍ଥ ପୁରସ୍କାର ପାଇଥିଲେ।

ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ-୨୦୨୪ ଅବସରରେ ରାଜ୍ୟର ପ୍ରଗତିରେ ଉତ୍ତମ ଯୋଗଦାନ ଦେଇଥିବା ବିଭିନ୍ନ ଶିକ୍ଷାନୁଷ୍ଠାନ ଏବଂ ସଂସ୍ଥାମାନଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିଥିଲେ। କଟକର ଭୁବନାନନ୍ଦ ଓଡ଼ିଶା ଇଂଜିନିୟରିଂ ସ୍କୁଲ, ବ୍ରହ୍ମପୁର ସରକାରୀ ଆଇଟିଆଇ, କେନ୍ଦ୍ରାପଡ଼ା ସରକାରୀ ପଲିଟେକ୍‌ନିକ୍‌ ସମେତ ସର୍ବଭାରତୀୟ ସ୍ତରରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ବ୍ରହ୍ମପୁର ଆଇଟିଆଇର ଇଲେକ୍‌ଟ୍ରୋନିକସ୍‌ ମେକାନିକ୍‌ ବିଭାଗର ପି. କୁମାରୀ ଓ ଟେକ୍‌ନିକ୍‌ସିଆନ୍‌ ଅନୁରାଗ୍‌ ମାଇକେଲ୍‌, ବାଲେଶ୍ୱର ଆଇଟିଆଇର ପ୍ରୀତମ୍‌ ଦାସ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କଠାରୁ ପୁରସ୍କାର ଗ୍ରହଣ କରିଥିଲେ। ଛତିଶଗଡ଼ ପୋଲିସକୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।

ମୁଖ୍ୟମନ୍ତ୍ରୀଙ୍କ ଉଦ୍‌ବୋଧନ ସମାପ୍ତ ହେବା ପରେ ପ୍ୟାରେଡ୍‌ କମାଣ୍ଡର କ୍ୱାମୀନାରା ଓ ଜୟହିନ୍ଦ୍‌ର ଧ୍ୱନୀ ଦେଇଥିଲେ। ଉତ୍ସବସ୍ଥଳରୁ ସମସ୍ତ ପ୍ୟାରେଡ୍‌ ଦଳ ପ୍ରସ୍ଥାନ କରିଥିଲେ ଓ ମୁଖ୍ୟମନ୍ତ୍ରୀ ମଞ୍ଚରୁ ପ୍ରସ୍ଥାନ କରିଥିଲେ।

ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ, ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ ଏବଂ ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ସୁରେନ୍ଦ୍ରନାଥ ପରିଡ଼ା ତଥା ବିଭାଗର ସମସ୍ତ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଓଡ଼ିଆ ଅସ୍ମିତାର ନିଦର୍ଶନ ରୂପେ ଉତ୍ସବସ୍ଥଳକୁ ବରପୁତ୍ରମାନଙ୍କର ଫଟୋଚିତ୍ରରେ ସୁସଜ୍ଜିତ କରାଯାଇଥିଲା। ଉପ ନିର୍ଦ୍ଦେଶକ ସୁଚେତା ପ୍ରିୟଦର୍ଶିନୀ, ଲୋକସଂପର୍କ ଅଧିକାରୀ ରୋଜାଲିନ୍‌ ସାହୁ ଓ ବିନାୟକ ମିଶ୍ର କାର୍ଯ୍ୟକ୍ରମ ସଂଚାଳନା କରିଥିଲେ।

Share This Article