ଖୋର୍ଦ୍ଧା: ୭୮ ତମ ଜିଲା ସ୍ବାଧିନତା ଦିବସ ସମାରୋହ

Odisha Hot News
1 Min Read

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ୭୮ ତମ ଜିଲା ସ୍ବାଧିନତା ଦିବସ ସମାରୋହ ବିଜେବି ହାଇସ୍କୁଲ ଖେଳପଡିଆରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସମବାୟ ଓ ବୟନଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ ସହ ସମ୍ମିଳିତ ପରେଡରେ ଅଭିଭାଦନ ଗ୍ରହଣ କରିଥିଲେ।

ଖୋର୍ଦ୍ଧା ପୋଲିସ, ଆଇଆରବି ସମେତ ପୌରାଞ୍ଚଳ ର ୪୯ଟି ସ୍କୁଲ, ହାଇସ୍କୁଲ, କଲେଜ ର ଏନସିସି, ସ୍କାଉଟ ଆଣ୍ଡ ଗାଇଡ୍ସ, ଜୁନିଅର, ସିନିୟର ରେଡକ୍ରସ, ସିଭିଲିଆନ ପ୍ରମୁଖ ପରେଡରେ ଅଂଶଗ୍ରହଣ କରିଥିଲେ। ଜିଲ୍ଲା ସ୍ବାସ୍ଥ୍ଯ, କୃଷି ବିଭାଗ, ପୌର ପରିଷଦ ଏବଂ ରାଜ୍ୟ ସଡ଼କ ପରିବହନ ପ୍ରଜ୍ଞାପନ ମେଢ ସାମିଲ ହୋଇଥିଲା। ବିଭିନ୍ନ ସ୍କୁଲ ଛାତ୍ରଛାତ୍ରୀ ମାନେ ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

ଏହି ଅବସରରେ ଜିଲା ପ୍ରଶାସନ ପକ୍ଷରୁ ପଦ୍ମ ବିଭୂଷଣ ସୁଦର୍ଶନ ସାହୁ, ପଦ୍ମଶ୍ରୀ ଅରୁଣା ମହାନ୍ତି, ପ୍ରଭାକର ମହାରଣା ଓ ବିନୋଦ ମହାରଣା ଏବଂ ବଡି ବିଲଡିଂ ଜଗନ୍ନାଥ ଖୁଣ୍ଟିଆ ଙ୍କୁ ମୁଖ୍ଯଅତିଥି ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଜୁନିଅର ଓ ସିନିୟର ସ୍ତରରେ ଶ୍ରେଷ୍ଠ କଣ୍ଟିଜେଣ୍ଟ କୁ ପୁରସ୍କୃତ କରାଯାଇଥିଲା। ଏଥିସହିତ ଯୁକ୍ତ ଦୁଇ କଳା, ବାଣିଜ୍ଯ ଓ ବିଜ୍ଞାନ ଟପ୍ପର ଏବଂ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ମୁଖ୍ଯଅତିଥି ସମ୍ମାନିତ କରିଥିଲେ।

Share This Article