ଖୋର୍ଦ୍ଧାରେ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା

Odisha Hot News
1 Min Read

ଖୋର୍ଦ୍ଧା: ଦେଶ ପାଳୁଛି ସ୍ବାଧିନତାର 78 ବର୍ଷ। ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ କ୍ରମେ ଚାଲିଛି ଅଗଷ୍ଟ 9 ରୁ 15 ତାରିଖ ପର୍ଯ୍ୟନ୍ତ ହର ଘର ତ୍ରିରଙ୍ଗା ଅଭିଯାନ। ଏହି କ୍ରମରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଜିଲ୍ଲା ସ୍ତରୀୟ ତ୍ରିରଙ୍ଗା ଶୋଭାଯାତ୍ରା, ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ କାର୍ଯ୍ଯାଳୟରୁ ବିଜେବି ହାଇସ୍କୁଲ ପର୍ଯ୍ଯନ୍ତ ବାହାରିଥିଲା ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା।

ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ, ସାସଂଦ ଅପରାଜିତା ଷଡ଼ଙ୍ଗୀ, ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ଜିଲା ପରିଷଦ ଅଧ୍ୟକ୍ଷା ରୂପଶ୍ରୀ ରାଣୀ ଗୁମାନସିଂହ, ପୌରାଧ୍ୟକ୍ଷା କନକଲକ୍ଷ୍ମୀ ମହାନ୍ତି, ଜିଲାପାଳ ଚଞ୍ଚଳ ରାଣା, ଜିଲା ଆରକ୍ଷୀ ଅଧିକ୍ଷକ ଅବିନାଶ କୁମାର ଙ୍କ ସମେତ ସମସ୍ତ ଜିଲା ସ୍ତରୀୟ ଅଧିକାରୀ, ଶତାଧିକ ମହିଳା, ସ୍କୁଲ କଲେଜ ଛାତ୍ରଛାତ୍ରୀ, ସ୍ଥାନୀୟ ବୁଦ୍ଧିଜିବୀ, ଶିକ୍ଷାବିତ, ସ୍ବେଚ୍ଛାସେବୀ ପ୍ରମୁଖ ଯୋଗଥିଲେ । ଭାରତମାତା କୀ ଜୟ, ବନ୍ଦେ ମାତରଂ, ଜୟଘୋଷରେ କମ୍ପିଥିଲା ପରିବେଶ । ଖୋର୍ଦ୍ଧା ସହର ତ୍ରିରଙ୍ଗାମୟ ହୋଇଉଠିଛି।

Share This Article