ରାଜ୍ୟପାଳଙ୍କ ଚିଲିକା ଗସ୍ତ: ଭାରତୀୟ ଯବାନମାନଙ୍କ ସହ କଲେ ଆଲୋଚନା

Odisha Hot News
0 Min Read

ବାଲୁଗାଁ (ସୀତାରାମ ଅଗ୍ରୱାଲ): ମଙ୍ଗଳବାର ପୂର୍ବାହ୍ନରେ ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ ଚିଲିକା ଗ୍ରସ୍ତ କରିଛନ୍ତି। ଭାରତୀୟ ନୌସେନା ଆଇଏନଏସ ଚିଲିକା ଭିତ୍ତିଭୂମି ପରିଦର୍ଶନ କରିବା ସହ ନୌସେନା ଅଧିକାରୀ ଏବଂ ଯବାନମାନଙ୍କ ସହ ଆଲୋଚନା କରିଛନ୍ତି।

ଏହି ଅବସରରେ ଆଇଏନଏସ ଚିଲିକା କମୋଡୋର ଏନପି ପ୍ରଦୀପଙ୍କ ସହ ବିଶେଷ ମୁହୂର୍ତ୍ତ ଅତିବାହିତ କରିଥିଲେ। ଏହାପରେ ଆଇଏନଏସ ଚିଲିକା ବୋଟରେ ମା’ କାଳିଜାଇ ଗସ୍ତ କରିଥିଲେ। ମା’ଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରି ଆଶୀର୍ବାଦ ଭିକ୍ଷା କରିଥିଲେ।

Share This Article