ବେଗୁନିଆ ବ୍ଲକରେ ମିଳିତ ଜନ ଶୁଣାଣି ଅନୁଷ୍ଠିତ

Odisha Hot News
1 Min Read

ଖୋର୍ଦ୍ଧା: ବେଗୁନିଆ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ପ୍ରତ୍ୟେକ୍ଷ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ମୋଟ ୨୨୩ ଗୋଟି ଆପତ୍ତି ଅଭିଯୋଗ ଦାଖଲ ହୋଇଥିବା ବେଳେ ସେଥିମଧ୍ୟରୁ ୨୦୩ଟି ଅଭିଯୋଗ ବ୍ୟକ୍ତିଗତ ଥିଲା ଓ ବାକି ୧୩ଟି ବିଭିନ୍ନ ଗ୍ରାମର ସାମୁହିକ ସମସ୍ୟା ଥିଲା।

ଉକ୍ତ ଅଭିଯୋଗ ମାନଙ୍କ ମଧ୍ୟରୁ ସ୍ଥଳବିଶେଷରେ ୦୬ ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା। ଜଣେ ହିତାଧିକାରୀଙ୍କୁ ୧୦ ହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି।

ଏହି ମିଳିତ ଜନଶୁଣାଣି ଅବସରରେ ଜିଲ୍ଲାପାଳ ଚଞ୍ଚଳ ରାଣା ଅଧ୍ୟକ୍ଷତା କରିଥିବାବେଳେ / ଆରକ୍ଷୀ ଅଧିକ୍ଷକ, ଅବିନାଶ କୁମାର /ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ପ୍ରତାପ ଚନ୍ଦ୍ର ବେଉରା/ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ ବାଦଲମହାନ୍ତି /ଉପ-ଜିଲ୍ଲାପାଳ, ଖୋର୍ଦ୍ଧା ଦୀପ୍ତି ରଞ୍ଜନସେଠୀ /ସି ଡ଼ି ଏମ୍ଓ, ଡଃ ରାଜଲକ୍ଷ୍ମୀ ପଟ୍ଟନାୟକ / ଡେପୁଟି କଲେକ୍ଟର ଦେବଦତ୍ତ କର /ବିଡିଓ, ଟାଙ୍ଗୀ ଓ ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ଵନାଥ‌ ତରାଇ ଓ ଅନ୍ୟ ସମସ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Share This Article