ବିଭିନ୍ନ ଆଳୁ ଗୋଦାମ ଓ ଦୋକାନରେ ଯୋଗାଣ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଚଢ଼ାଉ

Odisha Hot News
1 Min Read

ବାଲୁଗାଁ (ସୀତାରାମ ଅଗ୍ରୱାଲ): ସୋମବାର ଅପରାହ୍ନରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ବାଲୁଗାଁର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି। ଖୁଚୁରା ବଜାରରେ ଦିନକୁଦିନ ଚଢା ଦରରେ ଆଳୁ ବିକ୍ରୟ କରାଯାଉଥିବା ବେଳେ ଗୋଦାମରେ ଆଳୁ ରଖି ବଜାରରେ ପର୍ଯ୍ୟାପ୍ତ ପରିମାଣର ଆଳୁ ନମିଳିବା ଯୋଗୁଁ ଖୁଚୁରା ବ୍ୟବସାୟୀଙ୍କ ସମେତ ଖାଉଟି ହନ୍ତସନ୍ତ ହେଉଥିବା ବାରମ୍ବାର ଅଭିଯୋଗ ହେଇ ଆସୁଥିଲା। ଏନେଇ ଯୋଗାଣ ବିଭାଗ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳର ବିଭିନ୍ନ ଆଳୁ ଗୋଦାମ ଓ ଦୋକାନରେ ଚଢ଼ାଉ କରାଯାଇଛି।

ଅଧିକ ଦାମରେ ଆଳୁ ବିକୁଥିବା ଅସାଧୁ ବ୍ୟବସାୟୀଙ୍କୁ ସଚେତନତା କରାଯିବା ସହ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ କୁହାଯାଇଛି। ଏଥିସହିତ ରାଜ୍ୟ ସରକାରଙ୍କ ପକ୍ଷରୁ ଖୁଚୁରା ବିକ୍ରୟ କେନ୍ଦ୍ର ମାନଙ୍କରେ ସୁଲଭ ମୂଲ୍ୟରେ ଆଳୁ ବିକ୍ରୟ କରାଯାଉଥିବା ଯୋଗାଣ ବିଭାଗ ପକ୍ଷରୁ କୁହାଯାଇଛି। ଏହିଅବସରରେ କିଛି ଖୁଚୁରା ବ୍ୟବସାୟୀ ଅଧିକ ମୂଲ୍ୟରେ ଆଳୁ କିଣୁଥିବାରୁ ଦର ଉଚ୍ଚା ରହୁଥିବା କହିଛନ୍ତି।

ଏହି ଚଢ଼ାଉରେ ଯୋଗାଣ ଅଧିକାରୀ ଅରୁଣ କୁମାର ଲେଙ୍କାଙ୍କ ସମେତ ଖୁଚୁରା ବିକ୍ରୟ କେନ୍ଦ୍ରର ଡିଲର ମାନେ ଉପସ୍ଥିତ ଥିଲେ।

Share This Article