କଟକ ବଡ ମେଡିକାଲରେ ରୋଗୀଙ୍କୁ ଦୁଷ୍କର୍ମ ଅଭିଯୋଗ: ସମ୍ପର୍କୀୟଙ୍କ ମାଡରେ ରୋଗୀ ଗୁରୁତର

Odisha Hot News
1 Min Read

କଟକ: ଆଜି କଟକ ଏସସିବି ମେଡିକାଲରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଚିକିତ୍ସା ସମୟରେ ମହିଳା ରୋଗୀଙ୍କୁ ଜଣେ ଡାକ୍ତର ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ପୀଡ଼ିତା ମହିଳାଜଣଙ୍କ କାର୍ଡିଓଲୋଜି ବିଭାଗରେ ଚିକିତ୍ସିତ ହେଉଥିଲେ। ଏହି ସମୟରେ ଅଭିଯୁକ୍ତ ଡାକ୍ତର ତାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା। ଏହା ଜାଣିବା ପରେ ଡାକ୍ତରଖାନାରେ ଉତ୍ତେଜନା ଦେଖାଯାଇଥିଲା।

ସମ୍ପର୍କୀୟମାନେ ଡାକ୍ତରଙ୍କୁ ମାଡ ମାରିବା ସହିତ ମଙ୍ଗଳବାଗ ଥାନାରେ ଅଭିଯୋଗ କରିଛନ୍ତି। ବର୍ତ୍ତମାନ ଅଭିଯୁକ୍ତ ଡାକ୍ତର ଗୁରୁତର ଅବସ୍ଥାରେ ଏସସିବି ରେ ଚିକିତ୍ସିତ ହେଉଥିବା ଜଣାପଡିଛି। ସେପଟେ ଡାକ୍ତରଙ୍କୁ ଆକ୍ରମଣ ଅଭିଯୋଗରେ ମଧ୍ୟ ଥାନାରେ ମାମଲା ରୁଜୁ ହୋଇଛି।

ତେବେ ଏହି ଘଟଣାରେ କେତେ ସତ୍ୟତା ରହିଛି, ତାହା ଜଣାପଡିନାହିଁ। ଏନେଇ ଡାକ୍ତରଖାନା କର୍ତ୍ତୁପକ୍ଷଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିପାରିନାହିଁ। ପୋଲିସ ତଦନ୍ତ ପରେ ଏହାର ସତ୍ୟତା ଜଣାପଡିବ ବୋଲି କୁହାଯାଇଛି।

Share This Article