ସୁଭଦ୍ରା ଯୋଜନା କାର୍ଯ୍ୟକାରୀ ପାଇଁ ପ୍ରକ୍ରିୟା ଆରମ୍ଭ: ୧୫ ରେ ଜାରି ହେବ ଏସଓପି

Odisha Hot News
1 Min Read

ଭୁବନେଶ୍ଵର: ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି। ସୁଭଦ୍ରା ଯୋଜନା ପାଇଁ ଅଗଷ୍ଟ ୧୫ ତାରିଖରେ ଏସଓପି ଜାରି ହେବ। ଏନେଇ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି।

ଉପ-ମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ସୁଭଦ୍ରା ଯୋଜନା ପାଇଁ ଏସଓପି ପ୍ରସ୍ତୁତ ହୋଇଅଛି। ବର୍ତ୍ତମାନ ସାଧାରଣ ଜନତା, ବୁଦ୍ଧିଜୀବୀମାନଙ୍କ ଠାରୁ ମତାମତ ନିଆଯାଉଛି। ରାଜ୍ୟରେ ମହିଳାମାନଙ୍କୁ ଶସକ୍ତ ଓ ସ୍ବାବଲମ୍ବୀ କରିବା ପାଇଁ ରାଜ୍ୟ ସରକାର ଏହି ଯୋଜନା ଉପରେ ପୁଙ୍ଖାନୁପୁଙ୍ଖ ବିଚାର କରୁଛନ୍ତି। ଆସନ୍ତା ୧୫ ତାରିଖରେ ଏହା ଉପରେ ଏସଓପି ଜାରି କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ସେପ୍ଟେମ୍ବର ୧୭ ତାରିଖରେ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯିବ।

Share This Article