ଚଢାଉ ବେଳେ ମିଳିଲା ଦେଢ କେଜି ସୁନା ଅଳଙ୍କାର, ୧୩ ଲକ୍ଷ ଟଙ୍କାର ହାତଘଣ୍ଟା, ଆଉ……ମୁଣ୍ଡ ଖରାପ

Odisha Hot News
1 Min Read

ଭୁବନେଶ୍ବର: ଆଜି ସକାଳୁ ଆର ଆଣ୍ଡ ବି ର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ର ଘରେ ଚଢାଉ କରାଯାଇଥିଲା। ଏହି ଚଢାଉ ବେଳେ ତାଙ୍କ ଘରୁ ଯାହା ମିଳିଛି ତାହାଲ ଦେଖି ଭିଜିଲାନ୍ସ ତାଜୁବ ହୋଇଛି। ସକାଳୁ ଚଢାଉ କରାଯାଇଥିବା ବେଳେ ଜିନିଷ ଗଣତିରେ ଲାଗିଗଲା ଘଣ୍ଟଘଣ୍ଟା ସମୟ। ତାଙ୍କର ଏତେ ପରିମାଣରେ ଆୟ ବର୍ହିଭୂତ ସଂପତ୍ତି ଥିବା ତାହା କେହି କଳନା କରିପାରି ନ ଥିଲେ।

ଭିଜିଲାନ୍ସ ସୂଚନା ଅନୁସାରେ ତାଙ୍କ ଘରୁ ଯାହା ଜବତ କରାଯାଇଛି ତାହା ହେଲା

୧- ଭୁବନେଶ୍ବର, କଟକ, ଝାରସୁଗୁଡାରେ ୧୦ଟି ଫ୍ଲାଟ

୨-ଭୁବନେଶ୍ବର, କଟକ, ଜଟଣୀରେ ଥିବା ସାତୋଟି ପ୍ଲଟ

୩- ୨ କୋଟି ୭୦ ଲକ୍ଷ ଟଙ୍କାର ବ୍ୟାଙ୍କ ଡିପୋଜିଟ

୪- ଦେଢ କେଜି ସୁନା ଅଳଙ୍କାର

୫- ୬ ଲକ୍ଷ ନଗଦ ଟଙ୍କା

୬- ୧୩ ଲକ୍ଷ ଟଙ୍କାର ରୋଲେକ୍ସ ହାତ ଘଣ୍ଟା

୭- ଆମେରିକା, ଭିଏତନାମ, ୟୁଏଇ, କାନଡା, ମେକ୍ସିକୋ, ମାଲେସିୟା ଓ ସିଙ୍ଗାପୁର ମୁଦ୍ରା ଓ ଟଙ୍କା

୮- ଝିଅ ମେଡିକାଲ ପଢିବା ପାଇଁ ୮୦ ଲକ୍ଷ ଟଙ୍କା ଖର୍ଚ୍ଚ

୯-ଦୁଇଟି ଦାମି କାର ( ଗୋଟିଏ ମର୍ସଡିସ ବେଞ୍ଜ ଅନ୍ୟଟି କିଆ ସେଲଟସ)

୧୦- ତାଙ୍କର ବିଭିନ୍ନ କଂପାନୀରେ ଥିବା ମିଚ୍ୟୁୟାଲ ଫଣ୍ଡ ଏବଂ ବୀମା ରାଶି ହିସାବ ଚାଲିଛି।

ବର୍ତ୍ତମାନ ସୁଦ୍ଧା ସଂପତ୍ତି ଆକଳନ ଶେଷ ହୋଇ ନ ଥିବାରୁ ସବିଶେଷ ତଥ୍ୟ ହସ୍ତଗତ ହୋଇପାରି ନାହିଁ।

( ଏଥିରେ ଥିବା ଫଟୋଟି ଓଡିଶା ଭିଜିଲାନ୍ସ ବିଭାଗ ତରଫରୁ ପ୍ରଦାନ କରାଯାଇଛି।)

Share This Article