ପୂର୍ବତନ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ, ମିଳିଲାଣି ପୁଳାପୁଳା ସୁନା ଗହଣା

Odisha Hot News
1 Min Read

ଭୁବନେଶ୍ବର: ଆଜି ସକାଳୁ ଜଣେ ପୂର୍ବତନ ମୁଖ୍ୟଯନ୍ତ୍ରୀଙ୍କ ଘରେ ଚଢାଉ ଆରମ୍ଭ ହୋଇଛି। ଏହି ଚଢାଉ ବେଳେ ତାଙ୍କ ଘରୁ ପୁଳପୁଳା ସୁନା ମିଳୁଥିବାର ଜଣାପଡିଛି। ତେବେ ସେ ହେଉଛନ୍ତି ଆର ଆଣ୍ଡ ବି ର ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ର। ତାଙ୍କର ଭୁବନେଶ୍ବର, କଟକ ଏବଂ ଝାରସୁଗୁଡାର 9ଟି ସ୍ଥାନରେ ଚଢାଉ ଚାଲିଛି। ଏଥିରେ 12 ଜଣ ଡିଏସପି, 12 ଜଣ ଇନସ୍ପେକ୍ଟର, 16 ଜଣ ଏଏସଆଇ ସହ ଅନ୍ୟମାନେ ନିୟୋଜିତ ଅଛନ୍ତି।

ତାଙ୍କର 9 ଟି ସ୍ଥାନରେ ହେଉଥିବା ଚଢାଉରେ ରହିଛି 6 ଟି ଫ୍ଲାଟ, ତାଙ୍କର କଟକ ଆଠଗଡରେ ଥିବା ପୈତୃକ ଘର ଏବଂ ସଂପର୍କୀୟ ଘରେ ରେଡ କରାଯାଇଛି। 6ଟି ଫ୍ଲାଟ ମଧ୍ୟରୁ ଦୁଇଟି ଭୁବନେଶ୍ବରର କସମପୋଲିରେ ଥିବା ବେଳେ ଝାରସୁଗୁଡାରେ ଆଉ ତିନୋଟି ରହିଛି। ବର୍ତ୍ତମାନ ଚଢାଉ ଜାରୀ ରହିଥିବାରୁ ସଂପୂର୍ଣ୍ଣ ତଥ୍ୟ ମିଳିପାରି ନାହିଁ।

 

Share This Article