ସନ୍ଦେହ ଜନକ ଭାବେ ମହିଳାଙ୍କ ମୃତଦେହ ଉଦ୍ଧାର

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଭଞ୍ଜନଗର ଥାନା ଅନ୍ତର୍ଗତ ଗୋଲାପଡା ପଞ୍ଚାୟତ ଶରଧାପୁର ଗ୍ରାମର ଏକ କୁକୁଡ଼ା ଫାର୍ମ ନିକଟରୁ ମିନତୀ ସାମଲ ନାମ୍ନୀ ଜଣେ ମହିଳାଙ୍କର ଶବ ଉଦ୍ଧାର କରାଯାଇଛି। ମୃତକ ମହିଳାଙ୍କ ମୃତଦେହକୁ ପୋଲିସ ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ମାମଲା ନଂ ୭୧୨/୨୪ ଅନୁଯାୟୀ ଏକ ମକଦ୍ଦମା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଘଟଣାରୁ ଜଣାପଡିଛି ଯେ, ମୃତ ମହିଳା ଜଣଙ୍କ ନିକଟସ୍ଥ ଏକ ସ୍କୁଲରେ ରୋଷେୟା ଭାବେ କାମ କରୁଥିବା ବେଳେ ରାତି ସୁଦ୍ଧା ସେ ଘରକୁ ନଆସିବାରୁ ସ୍ବାମୀ ନିଳାଚଳ ସାମଲ ଓ ପରିବାର ଲୋକେ ଖୋଜାଖୋଜି କରିଥିଲେ ଓ ଶେଷରେ ମିନତୀଙ୍କ ମୃତଦେହକୁ ଉକ୍ତ ସ୍ଥାନରେ ପାଇଥିଲେ।

ମୃତ ମହିଳାଙ୍କ ଶରୀରେ ବିଭିନ୍ନ ସ୍ଥାନରେ ଦାଗ ଥିବାରୁ ହତ୍ୟା ବୋଲି ସନ୍ଦେହ ସୃଷ୍ଟି ହୋଇଛି। ମୃତ ମହିଳାଙ୍କ ମାଁ ଚନ୍ଦ୍ରମଣି ପ୍ରଧାନ ତାଙ୍କ ଝିଅକୁ ହତ୍ୟା କରାଯାଇଛି ବୋଲି ଥାନାରେ ଅଭିଯୋଗ କରିଛନ୍ତି ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ସଠିକ କଥା ଜଣାପଡିବ ବୋଲି ଥାନା ଅଧିକାରୀ କୁମର ମୁଦୁଲିଙ୍କ ଠାରୁ ପ୍ରକାଶ।

Share This Article