ବର୍ଷା କ୍ଷୟକ୍ଷତି ରିପୋର୍ଟ ଦେବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ସ୍ବତନ୍ତ୍ର ରିଲିଫ କମିଶନର

Odisha Hot News
1 Min Read

ଭୁବନେଶ୍ବର: ରାଜ୍ୟରେ ଦୀର୍ଘଦିନ ଧରି ଲାଗି ରହିଛି ବର୍ଷା। ଏହା ଦ୍ବାରା ଧାନ ଚାଷର ବିପୁଳ କ୍ଷତି ହୋଇଛି ବୋଲି ଅନୁମାନ କରାଯାଇଛି। ଜମିରେ ଆଣ୍ଠୁଏ ପାଣି ଯାଉଥିବାରୁ ଧାନତଳି ଆଉ ଉପରକୁ ଉଠିପାରୁ ନାହିଁ। ଫଳରେ ଚାଷୀ ବର୍ତ୍ତମାନ ବଡ କ୍ଷତିର ସମ୍ମୁଖୀନ ହେବାରେ ଲାଗିଛି। ଏପରି ପରିସ୍ଥିତିକୁ ଅନୁଧ୍ୟାନ କରି କଣ କ୍ଷତି ହୋଇଛି ତାହାର ରିପୋର୍ଟ ଦେବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ଏ ନେଇ ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ଓଡିଶାର ସ୍ବତନ୍ତ୍ର ରିଲିଫ କମିଶନର ନିର୍ଦ୍ଦେଶ ଦେଇଛନ୍ତି। ଏହି ଲଗାଣ ବର୍ଷା ଯୋଗୁଁ ଚାଷଜମି, ଘରବାରି ଏବଂ ଅନ୍ୟାନ୍ୟ ଚାଷ ଉପରେ କଣ ପ୍ରଭାବ ପଡିଛି ତାହାର ଆକଳନ କରିବା ପାଇଁ କୁହାଯାଇଛି। ଯଥାଶିଘ୍ର ଏହି ରିପୋର୍ଟ ଦାଖଲ କରିବା ପାଇଁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି।

Share This Article