ଡିଏଭି ପୋଖରୀପୁଟରେ ମେଧାବୀ ସମ୍ବର୍ଦ୍ଧନା ଉତ୍ସବ

Odisha Hot News
1 Min Read

ଭୁବନେଶ୍ୱର: ଡିଏଭି ପୋଖରୀପୁଟର ଦଶମ ଓ ଦ୍ୱାଦଶ ଶ୍ରେଣୀରେ ୯୫ ପ୍ରତିଶତରୁ ଊର୍ଦ୍ଧ୍ୱ ନମ୍ବର ପ୍ରାପ୍ତ କରିଥିବା ମୋଟ ୯୮ (ଦଶମ – ୬୨, ଦ୍ୱାଦଶ – ୩୬ ) ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏହି  ଭବ୍ୟ ସମାରୋହକୁ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର କୁଳପତି  ପ୍ରଫେସର ତେଜ୍ ପ୍ରତାପ ପ୍ରଦୀପ ପ୍ରଜ୍ୱଳନପୂର୍ବକ ଆନୁଷ୍ଠାନିକ ଭାବେ ଉଦ୍.ଘାଟନ କରି ନିଷ୍ଠା ଓ ଏକାଗ୍ରତା ସଫଳତାର ମୂଳମନ୍ତ୍ର ଏବଂ ବିଦ୍ୟାର୍ଥୀଙ୍କ ଭବିଷ୍ୟତ ନିର୍ମାଣରେ ଶିକ୍ଷକଙ୍କ ଭୂମିକା ଅତୀବ ଗୁରୁତ୍ୱପୂର୍ଣ୍ଣ ବୋଲି ନିଜର ଅଭିଭାଷଣରେ କହିଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ଡିଏଭି ଅନୁଷ୍ଠାନ ସମୂହର ଆଞ୍ଚଳିକ ନିର୍ଦ୍ଦେଶକ ଡ. କେଶବ ଚନ୍ଦ୍ର ଶତପଥୀ ଯୋଗଦାନ କରି ମାତାପିତାଙ୍କୁ ଈଶ୍ୱର ରୂପେ ଗ୍ରହଣ କରି ତାଙ୍କର ଆଶିଷ ଲାଭ କଲେ ବିଦ୍ୟାର୍ଥୀ ସଫଳତାର ଶୀର୍ଷରେ ପହଞ୍ଚି ପାରିବ ବୋଲି ମତବ୍ୟକ୍ତ କରିଥିଲେ।

ବିଦ୍ୟାଳଯର ଅଧ୍ୟକ୍ଷ ବିପିନ କୁମାର ସାହୁ ଅନୁଷ୍ଠାନର ସଫଳତା ବିବରଣୀ ପାଠପୂର୍ବକ ସମାଜର ଅଗ୍ରଣୀ ସେବକ ଭାବେ ନିଜକୁ ଗଢ଼ିତୋଳିବା ପାଇଁ ବିଦ୍ୟାର୍ଥୀମାନଙ୍କୁ ଆହ୍ୱାନ  ଦେଇଥିଲେ।

ଏହି ଅବସରରେ ଡିଏଭି କଳିଙ୍ଗ ନଗର ପରିଚାଳନା ସମିତିର ଚେୟାରମ୍ୟାନ୍ ମଦନ ମୋହନ ପଣ୍ଡା, ଡିଏଭି ଅନୁଷ୍ଠାନ ସମୂହର ଆଞ୍ଚଳିକ ଅଧିକାରୀ ଡ. ସୁଜାତା ତଥା କଟକ ଓ ଭୁବନେଶ୍ୱରସ୍ଥିତ ଡିଏଭି ସ୍କୁଲର ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ।

Share This Article