ନାଭାଲ ଫାଣ୍ଡି ନିକଟସ୍ଥ ୧୬ ନଂ ଜାତୀୟ ରାଜପଥ କଡ଼ରୁ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର 

Odisha Hot News
1 Min Read

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଗୁରୁବାର ସନ୍ଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ନାଭାଲ ଫାଣ୍ଡି ନିକଟସ୍ଥ ୧୬ ନଂ ଜାତୀୟ ରାଜପଥ ସରନଇ ଓଭର ବ୍ରିଜ ନିକଟରୁ ମୁର୍ମୁଷ ଅବସ୍ଥାରେ ଜଣେ ଅଜଣା ବ୍ୟକ୍ତିଙ୍କୁ ଉଦ୍ଧାର କରିଛି ପୋଲିସ। ମୁର୍ମୁଷ ଅବସ୍ଥାରେ ଜଣେ ବ୍ୟକ୍ତି ଦୀର୍ଘ ସମୟ ଧରି ରାସ୍ତା କଡରେ ପଡିଥିବା ଦେଖି ସ୍ଥାନୀୟ ଲୋକେ ନାଭାଲ ଫାଣ୍ଡିରେ ଖବର ଦେଇଥିଲେ।

ଖବର ପାଇ ନାଭାଲ ଫାଣ୍ଡି ଅଧିକାରୀ ରବୀନ୍ଦ୍ର ନାଥ ଗୌଡା ଘଟଣା ସ୍ଥଳରେ ପହଞ୍ଚି ଅଜଣା ବ୍ୟକ୍ତିଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଦେଇଛନ୍ତି। ପରୀକ୍ଷା ନିରୀକ୍ଷା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ସମ୍ପୃକ୍ତ ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରି ନଥିବା ବେଳେ ଆନୁମାନିକ ୫୫ ବର୍ଷ ବୋଲି ନାଭାଲଫାଣ୍ଡି ଅଧିକାରୀ ଶ୍ରୀ ଗୌଡା କହିଛନ୍ତି।

ସେ ଏକ ବ୍ଲୁ ରଙ୍ଗର ପ୍ୟାଣ୍ଟ ଓ ଏକ ଚେକ ଟି ସାର୍ଟ ପିନ୍ଧିଥିବା ଦେଖିବାକୁ ମିଳିଛି।

Share This Article