ଭୁବନେଶ୍ୱର: ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର । ଏଣିକି ଆଉ ଭିଡକୁ ସାମ୍ନା କରିବାକୁ ପଡିବନ । ବିମାନ ଯାତ୍ରୀଙ୍କ ସଂଖ୍ୟା ବଢୁଥିବା ଯୋଗୁଁ ଭୁବନେଶ୍ୱରରେ ଖୁବ ଶୀଘ୍ର ନିର୍ମାଣ ହେବ ତୃତୀୟ ଟର୍ମିନାଲ୍ । ତେବେ ବିମାନ ଯାତ୍ରୀ ଅଭିବୃଦ୍ଧି ତାଲିକାରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଦେଶର ଏକ ନମ୍ବର ବିମାନବନ୍ଦର ମାନ୍ୟତା ପାଇଛି । ଏହି ଟିର୍ମିନାଲ ପାଇଁ ୯୩୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ସିଭିଲ୍ ଆଭିଏସନ୍ ସେଣ୍ଟ୍ରାଲ୍ ୟୁନିୟନ ସେକ୍ରେଟାରୀ । ଅନ୍ୟପଟେ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ (ଏଏଆଇ) ପକ୍ଷରୁ ଦେଶର ୧୫ଟି ବ୍ୟସ୍ତବହୁଳ ବିମାନବନ୍ଦର ତାଲିକା ପ୍ରକାଶ ପାଇଛି । ତେବେ ଦିଲ୍ଲୀ ଏକ ନମ୍ବର ସ୍ଥାନରେ ଥିଲେ ହେଁ ଭୁବନେଶ୍ୱର ବିମାନବନ୍ଦର ଯାତ୍ରୀ ହାରରେ ଅଧିକ ରହିଥିବା ଜଣାପଡ଼ିଛି । ଏହାକୁ ଦୃଷ୍ଟିରେ ରଖି ତୃତୀୟ ଟର୍ମିନାଲ ନିର୍ମାଣ ହେବାକୁ ଯାଉଛି ।
ନିର୍ମାଣ ହେବ ତୃତୀୟ ଟର୍ମିନାଲ୍ : ଭୁବନେଶ୍ୱର ବିମାନବନ୍ଦର
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- WilburHap on ଆଜିର ରାଶିଫଳ
- Philipnum on ଜୁଲାଇ ୨୪ରେ ଯୁକ୍ତ ୩ ପରୀକ୍ଷା ହେବ : ଉଚ୍ଚଶିକ୍ଷା ମନ୍ତ୍ରୀ
- Marvinbew on ଆଜିର ରାଶିଫଳ
- JosephMaype on ‘ଜନତା କର୍ଫ୍ୟୁ’କରୋନା କବଳରୁ ଦେଶ ଓ ରାଜ୍ୟକୁ ସୁରକ୍ଷିତ ରଖିବ
- EmmettSix on ପୁଣି ସଭ୍ୟ ସମାଜ ପାଇଁ ଲଜ୍ୟା ସୃଷ୍ଟି କଲା ଦୁଷ୍କର୍ମ: ବିଧବା ବୃଦ୍ଧାଙ୍କୁ ଅଧରାତିରେ କବାଟ ଭାଙ୍ଗି ଜୋର ଜବରଦସ୍ତ ଦୁଷ୍କର୍ମ !
